ଚାଉଳ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ଚିନ୍ତା

ଭୁବନେଶ୍ୱର: କିଛିଦିନ ହେବ ଚାଉଳ ଦର ବଢିବାରେ ଲାଗିଛି। ଗତ ୧୦ଦିନ ମଧ୍ୟରେ ଚାଉଳ ଦର କୁଇଣ୍ଟାଲ ପିଛା ୮୦ରୁ ୨୦୦ ଟଙ୍କା ଯାଏଁ ବୃଦ୍ଧି ପାଇଛି। ଓଡ଼ିଶା ଚାଉଳ ସଂଗ୍ରହ କ୍ଷେତ୍ରରେ ବଳକା ରାଜ୍ୟ ହୋଇଥିଲେ ମଧ୍ୟ ଦର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଧାନ ସଂଗ୍ରହ ଓ ଚାଉଳ ଦର ପରିଚାଳନା କରା ନ ଗଲେ ଆଗକୁ ସ୍ଥିତିରେ ଖରାପ ହେବା ଆଶଙ୍କା ଦେଖା ଦେଇଛି। ରାଜ୍ୟରେ ମରୁଡ଼ି ପଡି ଚାଷ […]

Odisha-rice

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 04:12 PM IST

ଭୁବନେଶ୍ୱର: କିଛିଦିନ ହେବ ଚାଉଳ ଦର ବଢିବାରେ ଲାଗିଛି। ଗତ ୧୦ଦିନ ମଧ୍ୟରେ ଚାଉଳ ଦର କୁଇଣ୍ଟାଲ ପିଛା ୮୦ରୁ ୨୦୦ ଟଙ୍କା ଯାଏଁ ବୃଦ୍ଧି ପାଇଛି। ଓଡ଼ିଶା ଚାଉଳ ସଂଗ୍ରହ କ୍ଷେତ୍ରରେ ବଳକା ରାଜ୍ୟ ହୋଇଥିଲେ ମଧ୍ୟ ଦର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଧାନ ସଂଗ୍ରହ ଓ ଚାଉଳ ଦର ପରିଚାଳନା କରା ନ ଗଲେ ଆଗକୁ ସ୍ଥିତିରେ ଖରାପ ହେବା ଆଶଙ୍କା ଦେଖା ଦେଇଛି।

ରାଜ୍ୟରେ ମରୁଡ଼ି ପଡି ଚାଷ ଉଜୁଡି ଯାଇଛି। ଚଳିତବର୍ଷ ଧାନ ଅମଳ ନିଶ୍ଚିତ କମିବ। ଏଭଳି ସ୍ଥିତିରେ ଚିନ୍ତା ବଢ଼ାଇଛି ଚାଉଳର ଦର ବୃଦ୍ଧି। ମସୁରୀ ଚାଉଳ କୁଇଣ୍ଟାଲ ପିଛା ୮୦ ଟଙ୍କା ଓ ଶ୍ୟାମା ମସୁରୀ ଚାଉଳ ୧୫୦ ଟଙ୍କା ବଢିଛି। ସେହିପରି ଏଚ୍ଏମଟି ଚାଉଳ ଦର କୁଇଣ୍ଟାଲ ପ୍ରତି ୨୦୦ ଟଙ୍କା ମହଙ୍ଗା ହୋଇଛି। ମରୁଡି ଯୋଗୁଁ ଅନ୍ୟ ରାଜ୍ୟରେ ଉତ୍ପାଦନ ହ୍ରାସ ଓ ଓଡ଼ିଶାରୁ ବେଆଇନ୍ ଧାନ ଚାଲାଣକୁ ଏଥିପାଇଁ ଦାୟୀ କରାଯାଉଛି। କିଛି ରାଜ୍ୟ ଧାନ ବଦଳରେ ଅର୍ଥକରୀ ଫସଲ ଉପରେ ଗୁରୁତ୍ୱ ଦେଉଥିବାରୁ ଓଡ଼ିଶା ଚାଉଳର ଅଧିକ ଚାହିଦା ରହୁଛି। ଏସବୁ ଦିଗ ପ୍ରତି ସରକାର ଦୃଷ୍ଟି ନ ଦେଲେ ଆଗକୁ ଦର୍ ଆହୁରି ବଢ଼ିପାରେ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ମହଜୁଦ୍ ଅଛି। ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ ଠିକ୍ ଭାବେ ଉଠାଉ ନ ଥିବାରୁ ସେ ଚିନ୍ତା ବ୍ୟକ୍ତି କରିଛନ୍ତି।

Related story