ଅନ୍‌ଲାଇନ ସପିଂ ନାଁରେ ଠକେଇ; ଖୋର୍ଦ୍ଧା ଥାନାରେ ଏତଲା

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ ସପିଂ ନାଁରେ ଠକେଇ। ଏହି ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନାଲିପଡ଼ା ଅର୍ଜୁନପୁରର ଦାଶରଥୀ ନାୟକ। ଦାଶରଥୀ ଗତବର୍ଷ ଅକ୍ଟୋବରରେ ଅନ୍‌ଲାଇନରେ ସପିଂ ପାଇଁ ବାଜାଜ ଫିନସର୍ଭରୁ ଏକ ଡିଜିଟାଲ କାର୍ଡ କରିଥିଲେ। ଯାହାର ବୈଧତା ୨୦୨୭ ମସିହା ପର୍ଯ୍ୟନ୍ତ ରହିବା ସହିତ ଉକ୍ତ  କାର୍ଡ ମାଧ୍ୟମରେ ଲକ୍ଷେ ୨୦ ହଜାର ଟଙ୍କାର ଅନ୍‌ଲାଇନ କାରବାର କରିବା ପାଇଁ ସୁବିଧା ଥିଲା। ତେବେ ଏହି କାର୍ଡଦ୍ୱାରା ଦାଶରଥୀ ଟିଭି, ହୋମ୍ […]

nyt

Rakesh Mallick
  • Published: Monday, 14 May 2018
  • , Updated: 14 May 2018, 06:16 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ ସପିଂ ନାଁରେ ଠକେଇ। ଏହି ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନାଲିପଡ଼ା ଅର୍ଜୁନପୁରର ଦାଶରଥୀ ନାୟକ।

ଦାଶରଥୀ ଗତବର୍ଷ ଅକ୍ଟୋବରରେ ଅନ୍‌ଲାଇନରେ ସପିଂ ପାଇଁ ବାଜାଜ ଫିନସର୍ଭରୁ ଏକ ଡିଜିଟାଲ କାର୍ଡ କରିଥିଲେ। ଯାହାର ବୈଧତା ୨୦୨୭ ମସିହା ପର୍ଯ୍ୟନ୍ତ ରହିବା ସହିତ ଉକ୍ତ  କାର୍ଡ ମାଧ୍ୟମରେ ଲକ୍ଷେ ୨୦ ହଜାର ଟଙ୍କାର ଅନ୍‌ଲାଇନ କାରବାର କରିବା ପାଇଁ ସୁବିଧା ଥିଲା। ତେବେ ଏହି କାର୍ଡଦ୍ୱାରା ଦାଶରଥୀ ଟିଭି, ହୋମ୍ ଥିଏଟର ଓ ମୋବାଇଲ ଇତ୍ୟାଦି କିଣି ମାସିକିଆ କିସ୍ତି ପରିଶୋଧ କରୁଛନ୍ତି। ଏହା ଭିତରେ ଗତ ମାସ ୧୪ ତାରିଖରେ ଦାଶରଥି ୭୦ ହଜାର ଟଙ୍କାର ଏକ ଲାପଟପ୍ ଓ ଲାପଟପ୍ ବ୍ୟାଗ ଅନଲାଇନ୍ ସପିଂ କରିଥିବା ଏବଂ ମାସିକ ୧୧ ହଜାର ଟଙ୍କା କିସ୍ତି ପରିଶୋଧ କରିବାକୁ ମେସେଜ ଆସିଥିଲା।

କିନ୍ତୁ ଦାଶରଥୀ ଏଭଳି କୌଣସି ସାମଗ୍ରୀ କିଣି ନ ଥିବାରୁ ସେ ବାଜାଜ ଫିନସର୍ଭଠାରୁ ଏହି କାରବାରର ଡିଟେଲ୍ସ ମାଗିଥିଲେ। ତେବେ ସଂସ୍ଥା ପକ୍ଷରୁ ତଥ୍ୟ ଆସିବା ପରେ ଜଣାପଡ଼ିଥିଲା ଯେ, ହରିଆନା ଗୁଡ୍‌ଗାଓଁର ସଚିନ୍ କୁମାର ନାମକ ଜଣେ ବ୍ୟକ୍ତି ଦାଶରଥୀଙ୍କ କାର୍ଡରୁ ଏହି ସପିଂ କରିଛନ୍ତି। ଠକେଇ ସମ୍ପର୍କରେ ଦାଶରଥୀ ପୂର୍ବରୁ କଟକ ସାଇବର ଥାନାରେ ଏତଲା ଦେଇଥିବା ବେଳେ ଆଜି ଖୋର୍ଦ୍ଧା ଟାଉନ ଥାନାରେ ଏତଲା ଦେଇଛନ୍ତି।

 

Related story