କେନ୍ଦ୍ରାପଡ଼ା: ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଜିଲ୍ଲାରେ ବାତ୍ୟା ପୂର୍ବରୁ ମୁକାବିଲା ପ୍ରସ୍ତୁତି ସନ୍ତୋଷଜନକ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। କେନ୍ଦ୍ରାପଡ଼ାରେ ଫୋନିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ୨ ଦିନ ମଧ୍ୟରେ ଶତ ପ୍ରତିଶତ ବିଦ୍ୟୁତ […]

p11

Tapas Behera
  • Published: Thursday, 09 May 2019
  • , Updated: 09 May 2019, 01:01 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଜିଲ୍ଲାରେ ବାତ୍ୟା ପୂର୍ବରୁ ମୁକାବିଲା ପ୍ରସ୍ତୁତି ସନ୍ତୋଷଜନକ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। କେନ୍ଦ୍ରାପଡ଼ାରେ ଫୋନିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ୨ ଦିନ ମଧ୍ୟରେ ଶତ ପ୍ରତିଶତ ବିଦ୍ୟୁତ ସଂଯୋଗ ହୋଇଯିବ। ୨୭୭ ଗ୍ରାମାଞ୍ଚଳ ଜଳଯୋଗାଣ କେନ୍ଦ୍ର ମଧ୍ୟରୁ ୨୪୦ଟି କାର୍ଯ୍ୟକ୍ଷମ ଅଛି ।

ଚାଷ କ୍ଷୟକ୍ଷତିର ଆକଳନ ଚାଲିଛି। କ୍ଷତିଗ୍ରସ୍ତଙ୍କୁ ସବ୍‌ସିଡି ଓ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସମୀକ୍ଷା ବୈଠକରେ ଜଳସମ୍ପଦ ସଚିବ ପ୍ରଦୀପ ଜେନା ଓ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

Related story