ବନ୍ୟା ପ୍ରଭାବିତ ଚେନ୍ନାଇରେ ଫସିଛନ୍ତି କେନ୍ଦ୍ରାପଡ଼ାର ୨୫୦ ତୀର୍ଥଯାତ୍ରୀ; ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଚେନ୍ନାଇରେ ଫସିଥିବା କେନ୍ଦ୍ରାପଡ଼ା ଅଞ୍ଚଳର ୨୫୦ ଜଣ ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡା। ଶ୍ରୀ ପଣ୍ଡା ରେଳମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀ (କେନ୍ଦ୍ରାପଡ଼ା)ର ୨୫୦ ଜଣ ତୀର୍ଥଯାତ୍ରୀ ବନ୍ୟା ପ୍ରଭାବିତ ଚେନ୍ନାଇର ଇଗମୋର ଷ୍ଟେସନରେ ଫସି ରହିଛନ୍ତି। ବନ୍ୟା ଯୋଗୁଁ ଟ୍ରେନ୍ ଚଳାଚଳ ବାତିଲ କରି ଦିଆଯାଇଥିବାରୁ […]

Baijayant Panda

Rakesh Mallick
  • Published: Thursday, 03 December 2015
  • , Updated: 03 December 2015, 11:03 AM IST

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଚେନ୍ନାଇରେ ଫସିଥିବା କେନ୍ଦ୍ରାପଡ଼ା ଅଞ୍ଚଳର ୨୫୦ ଜଣ ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡା।

ଶ୍ରୀ ପଣ୍ଡା ରେଳମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀ (କେନ୍ଦ୍ରାପଡ଼ା)ର ୨୫୦ ଜଣ ତୀର୍ଥଯାତ୍ରୀ ବନ୍ୟା ପ୍ରଭାବିତ ଚେନ୍ନାଇର ଇଗମୋର ଷ୍ଟେସନରେ ଫସି ରହିଛନ୍ତି। ବନ୍ୟା ଯୋଗୁଁ ଟ୍ରେନ୍ ଚଳାଚଳ ବାତିଲ କରି ଦିଆଯାଇଥିବାରୁ ଏହି ତୀର୍ଥଯାତ୍ରୀମାନେ ସେଠାରେ ଫସି ରହିଛନ୍ତି। ଏହି ତୀର୍ଥଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୨୦ ଜଣ ହେଉଛନ୍ତି ବୃଦ୍ଧବୃଦ୍ଧା। ବୟସାଧିକ ତଥା ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ରେଳ ଷ୍ଟେସନର ରହିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ତେଣୁ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ।

Related story