ଆଳି: ଡାକ୍ତରଖାନାରେ ଫ୍ୟାନ୍ ପଡ଼ି ଗର୍ଭବତୀ ମହିଳା ଆହତ

କେନ୍ଦ୍ରପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଉନ୍ନୀତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତି ୱାର୍ଡରେ ମଙ୍ଗଳବାର ସକାଳେ ଛାତରୁ ଫ୍ୟାନ୍ ଖସି ପଡ଼ିବାରୁ ଜଣେ ଗର୍ଭବତୀ ମହିଳା ଆହତ ହୋଇଛନ୍ତି। ତାଙ୍କ ନାଁ ଶୁଭସ୍ମିତା ସାହୁ। ତାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡେଲିଭରି ପାଇଁ ଆଜି ସକାଳ ଶୁଭସ୍ମିତାଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିନ ପ୍ରାୟ ୧୧ଟା ବେଳକୁ ତାଙ୍କୁ ପ୍ରସୂତ ୱାର୍ଡକୁ ନିଆଯାଇଥିଲା। ସେ ସେଠାରେ ଶୋଇଥିବା ବେଳେ ହଠାତ୍ ଫ୍ୟାନଟି ତାଙ୍କ ଉପରେ […]

ahata

Rakesh Mallick
  • Published: Tuesday, 09 June 2015
  • , Updated: 09 June 2015, 12:15 PM IST

କେନ୍ଦ୍ରପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଉନ୍ନୀତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତି ୱାର୍ଡରେ ମଙ୍ଗଳବାର ସକାଳେ ଛାତରୁ ଫ୍ୟାନ୍ ଖସି ପଡ଼ିବାରୁ ଜଣେ ଗର୍ଭବତୀ ମହିଳା ଆହତ ହୋଇଛନ୍ତି। ତାଙ୍କ ନାଁ ଶୁଭସ୍ମିତା ସାହୁ। ତାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଡେଲିଭରି ପାଇଁ ଆଜି ସକାଳ ଶୁଭସ୍ମିତାଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିନ ପ୍ରାୟ ୧୧ଟା ବେଳକୁ ତାଙ୍କୁ ପ୍ରସୂତ ୱାର୍ଡକୁ ନିଆଯାଇଥିଲା। ସେ ସେଠାରେ ଶୋଇଥିବା ବେଳେ ହଠାତ୍ ଫ୍ୟାନଟି ତାଙ୍କ ଉପରେ ଖସି ପଡ଼ିଥିଲା। ଫ୍ୟାନଟି ତାଙ୍କ ମୁଣ୍ଡ ମାଡ଼ ହୋଇଥିଲା। ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସେନ୍ତାଷ ପ୍ରକାଶ ପାଇଛି।

Related story