କଟକ(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଲାଗି କଟକ ଛତ୍ରବଜାର ଖୁଚୁରା ହାଟକୁ ବାଦାମବାଡ଼ି-ମଧୁପାଟଣା ରାସ୍ତାର ଉଭୟ ପାର୍ଶ୍ୱକୁ ସ୍ଥାନାନ୍ତର। ରାସ୍ତାର ଦୁଇ ପାଖରେ ବସିବେ ପରିବା ଦୋକାନୀ। ପ୍ରତି ପରିବା ଦୋକାନ ମଧ୍ୟରେ ୬ ଫୁଟର ଦୂରତା ରହିବ। ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଗାଇଡ଼ଲାଇନ ଅନୁସାରେ ଦୂରତ୍ୱ ରହିବ। ଛତ୍ରବଜାରରେ ଅତ୍ୟଧିକ ଭିଡ଼କୁ ଦେଖି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ହାଟ ସ୍ଥାନାନ୍ତର ନେଇ କଟକ DCP ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।
ସେପଟେ ଭୁବନେଶ୍ୱର ୟୁନିଟ୍-୧ ହାଟର ପରିବା ବ୍ୟବସାୟୀଙ୍କୁ ଏଜି ଛକରୁ ରାଜମହଲ ମଧ୍ୟରେ ବସାଯାଇଛି। ଆଉ କିଛି ବ୍ୟବସାୟୀଙ୍କୁ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ ବସାଯାଇଛି। ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏପରି ପଦକ୍ଷେପ ନେଇଛି। ମହାମାରୀ ‘କରୋନା’ ପାଇଁ ହାଟକୁ ୪୫ ଦିନ ଲାଗି ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।