ଶୋଇପଡ଼ିଥିଲା ମା’, ପାଣିରେ ପଡ଼ି ଚାଲିଗଲା ପୁଅ ଜୀବନ

ବାଲୁଗାଁ(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ଘର ଭିତରେ ଜମିଥିଲା ଆଣ୍ଠୁଏ ଉଚ୍ଚର ପାଣି। ଏହି ପାଣି ଉପରେ ପଡ଼ିଥିଲା ଖଟ। ଖଟ ଉପରେ ଶୋଇଥିଲା ଦେଢ଼ ମାସର ପୁଅ ଓ ତା’ ମାଆ। ମା’ର ଅଲକ୍ଷ୍ୟରେ ଖଟ ଉପରୁ ଖସି ପଡ଼ିଲା ଶିଶୁପୁତ୍ର। ଚାଲିଗଲା ତା’ ଜୀବନ। ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ସୂର୍ଯ୍ୟନଗର ସେନାପତି କଲୋନିରେ ଘଟିଛି ଏହି ଅଘଟଣ। ମୃତକ ହେଉଛନ୍ତି ଏଠାରେ ଘର ଭଡ଼ା ନେଇ ରହୁଥିବା ପ୍ରୀତି ନାୟକଙ୍କ […]

child

  • Published: Sunday, 14 August 2022
  • , Updated: 14 August 2022, 06:33 PM IST

ବାଲୁଗାଁ(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ଘର ଭିତରେ ଜମିଥିଲା ଆଣ୍ଠୁଏ ଉଚ୍ଚର ପାଣି। ଏହି ପାଣି ଉପରେ ପଡ଼ିଥିଲା ଖଟ। ଖଟ ଉପରେ ଶୋଇଥିଲା ଦେଢ଼ ମାସର ପୁଅ ଓ ତା’ ମାଆ। ମା’ର ଅଲକ୍ଷ୍ୟରେ ଖଟ ଉପରୁ ଖସି ପଡ଼ିଲା ଶିଶୁପୁତ୍ର। ଚାଲିଗଲା ତା’ ଜୀବନ। ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ସୂର୍ଯ୍ୟନଗର ସେନାପତି କଲୋନିରେ ଘଟିଛି ଏହି ଅଘଟଣ। ମୃତକ ହେଉଛନ୍ତି ଏଠାରେ ଘର ଭଡ଼ା ନେଇ ରହୁଥିବା ପ୍ରୀତି ନାୟକଙ୍କ ପୁଅ।

ସୂଚନା ମୁତାବକ, ଏହି କଲୋନୀର ପ୍ରଭାତ ସେନାପତିଙ୍କ ଘରେ ଭଡ଼ା ରହୁଥିଲେ ପ୍ରୀତି। ବର୍ଷା ହେଲେ ଘର ଭିତରେ ପାଣି ଜମିଯାଏ। ତେଣୁ ସବୁ ଭଡ଼ାଟିଆ ଘର ଛାଡ଼ିଦେଇଥିଲେ। ପ୍ରୀତିଙ୍କୁ ଘର ମାଲିକ ବାରମ୍ୱାର କହିବା ସତ୍ତ୍ୱେ ସେ ଘର ଛାଡ଼ି ନଥିଲେ।

ସବୁଦିନ ଭଳି ଗତକାଲି ରାତିରେ ଏହି ମା’ ଓ ପୁଅ ଖାଇପିଇ ସାରି ଖଟ ଉପରେ ଶୋଇଥିଲେ। ବର୍ଷା ଯୋଗୁ ଘରେ ପାଣି ଜମିଥିଲା। ମା’ର ଅଲକ୍ଷ୍ୟରେ ଶିଶୁଟି ଖଟ ଉପରୁ ତଳକୁ ଖସିପଡ଼ିଥିଲା। ସକାଳୁ ମା’ର ନିଦ ଭାଙ୍ଗିବା ବେଳକୁ ଶିଶୁ ପାଖରେ ନ ଥିଲା। ଖୋଜାଖୋଜି କରି ଦେଖିବା ବେଳକୁ ଶିଶୁ ତଳେ ପାଣି ଭିତରେ ପଡ଼ିଥିଲା।  ସେ ତୁରନ୍ତ ପୁଅକୁ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ।ଘଟଣାସ୍ଥଳରେ ବାଲୁଗାଁ ପୁଲିସ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ପରିବାରେ ଶୋକର ଛାୟା ଖେଳାଇ ଦେଇଛି।

Related story