ଖେଳୁ ଖେଳୁ ଫୁଟିଲା…

<p>କଟକ(ଓଡ଼ିଶା ରିପୋର୍ଟର): କାଳ ହେଲା ରିଭଲଭର ସହ ଖେଳ। ଜଣେ ବିଏସ୍ଏଫ ଯବାନଙ୍କ ଘରେ ଥିବା ଲାଇସେନ୍ସପ୍ରାପ୍ତ ରିଭଲଭରରୁ ଗୁଳି ଫୁଟି ନାବାଳକ ଆହତ ହୋଇଛନ୍ତି। କଟକ ହାଇକୋର୍ଟ କଲୋନୀରେ ଘଟିଛି ଏପରି ଅଭାନୀୟ ଘଟଣା। ଆହତ ନାବାଳକକୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।</p> <p>କୋଲକାତାରେ କାର୍ଯ୍ୟରତ ବିଏସ୍&zwnj;ଏଫ ଯବାନ ସୁଶାନ୍ତ ପାତ୍ର। ଘରକୁ ଆସିଥିଲେ। ତାଙ୍କ ପୁଅ ପିୟୁଷ ଓ ସାଙ୍ଗ ଅନୁଭବ ଦୁଇ ସାଙ୍ଗ ମିଶି ଆଜି ସ୍କୁଲର ସାଇନ୍ସ ପ୍ରୋଜେକ୍ଟ ତିଆରି ପାଇଁ ଉଦ୍ୟମ ଚଳାଇ ଥିଲେ। ମାଆ ଘର କାମରେ ବ୍ୟସ୍ତ ଥିବା ବେଳେ ବାପା ବାହାରକୁ ଯାଇଥିଲେ। ହେଲେ ଏହି ସମୟରେ ପିୟୁଷ ପ୍ରୋଜେକ୍ଟ ପାଇଁ ଆବଶ୍ୟକ ସାମଗ୍ରୀ ଖୋଜୁ ଖୋଜୁ ଘରୁ ପାଇଥିଲେ ବାପାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭର। ବନ୍ଧୁକ ଆଣି ସାଙ୍ଗ ଅନୁଭବଙ୍କୁ ଦେଖାଇବା ସହ ସେଥିରେ ଦୁହେଁ ଖେଳୁଥିଲେ। ବନ୍ଧୁକର ବ୍ୟବହାର କଣ ଜାଣିନଥିବା ପିୟୁଷ ଟ୍ରିଗର ଦାବି ଦେବାରୁ ଫୁଟିଥିଲା ଗୁଳି। ଆଉ ଗୁଳି ଯାଇ ସିଧା ବାଜିଥିଲା ତାଙ୍କ ସାଙ୍ଗ ଅନୁଭବଙ୍କ ମୁଣ୍ଡରେ। ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଦାମବାଡି ପୋଲିସ ବନ୍ଧୁକ ଓ ଗୁଳି ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।</p>

Ordigital Desk
  • Published: Saturday, 13 January 2018
  • Updated: 13 January 2018, 08:00 PM IST

Sports

Latest News

<p>କଟକ(ଓଡ଼ିଶା ରିପୋର୍ଟର): କାଳ ହେଲା ରିଭଲଭର ସହ ଖେଳ। ଜଣେ ବିଏସ୍ଏଫ ଯବାନଙ୍କ ଘରେ ଥିବା ଲାଇସେନ୍ସପ୍ରାପ୍ତ ରିଭଲଭରରୁ ଗୁଳି ଫୁଟି ନାବାଳକ ଆହତ ହୋଇଛନ୍ତି। କଟକ ହାଇକୋର୍ଟ କଲୋନୀରେ ଘଟିଛି ଏପରି ଅଭାନୀୟ ଘଟଣା। ଆହତ ନାବାଳକକୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।</p><p>କୋଲକାତାରେ କାର୍ଯ୍ୟରତ ବିଏସ୍&zwnj;ଏଫ ଯବାନ ସୁଶାନ୍ତ ପାତ୍ର। ଘରକୁ ଆସିଥିଲେ। ତାଙ୍କ ପୁଅ ପିୟୁଷ ଓ ସାଙ୍ଗ ଅନୁଭବ ଦୁଇ ସାଙ୍ଗ ମିଶି ଆଜି ସ୍କୁଲର ସାଇନ୍ସ ପ୍ରୋଜେକ୍ଟ ତିଆରି ପାଇଁ ଉଦ୍ୟମ ଚଳାଇ ଥିଲେ। ମାଆ ଘର କାମରେ ବ୍ୟସ୍ତ ଥିବା ବେଳେ ବାପା ବାହାରକୁ ଯାଇଥିଲେ। ହେଲେ ଏହି ସମୟରେ ପିୟୁଷ ପ୍ରୋଜେକ୍ଟ ପାଇଁ ଆବଶ୍ୟକ ସାମଗ୍ରୀ ଖୋଜୁ ଖୋଜୁ ଘରୁ ପାଇଥିଲେ ବାପାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭର। ବନ୍ଧୁକ ଆଣି ସାଙ୍ଗ ଅନୁଭବଙ୍କୁ ଦେଖାଇବା ସହ ସେଥିରେ ଦୁହେଁ ଖେଳୁଥିଲେ। ବନ୍ଧୁକର ବ୍ୟବହାର କଣ ଜାଣିନଥିବା ପିୟୁଷ ଟ୍ରିଗର ଦାବି ଦେବାରୁ ଫୁଟିଥିଲା ଗୁଳି। ଆଉ ଗୁଳି ଯାଇ ସିଧା ବାଜିଥିଲା ତାଙ୍କ ସାଙ୍ଗ ଅନୁଭବଙ୍କ ମୁଣ୍ଡରେ। ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଦାମବାଡି ପୋଲିସ ବନ୍ଧୁକ ଓ ଗୁଳି ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos