ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗାଁରେ ବାଲ୍ୟ ବିବାହ ଅଭିଯୋଗ। ଗୁରୁବାର ଅପରାହ୍ନରେ ହସିଣା ଗାଁର ଏକ ଭିନ୍ନକ୍ଷମ ଯୁବକଙ୍କ ସହ ମଙ୍ଗରାଜପୁର ଗାଁର ଜଣେ ନାବାଳିକାଙ୍କ ବିବାହ ସ୍ଥାନୀୟ ବଳଦେବଜୀଉ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ଏ ସମ୍ପର୍କରେ ସିଡିପିଓ ଖବର ପାଇବା ପରେ ନାବଳିକାଙ୍କୁ ଉଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପଠାଇଥିଲେ। ବିଭାଗୀୟ ଅଧିକାରୀ ଓ ପୋଲିସ ମିଳିତ ଭାବେ ପ୍ରଥମେ ହସିଣାରେ ଥିବା ପୁଅ ଘରେ ଓ ପରେ ମଙ୍ଗରାଜପୁର ଗାଁରେ ନାବାଳିକାଙ୍କ ମା’ଙ୍କ ଘରେ ଚଢ଼ାଉ କରିଥିଲେ। ଶେଷରେ ବିଳମ୍ବିତ ରାତିରେ ନାବାଳିକାଙ୍କ ମା’ଙ୍କ ଘରୁ ଝିଅକୁ ଉଦ୍ଧାର କରାଯାଇଥିଲା ।
ସେହିପରି ଅନ୍ୟ ଏକ ଘଟଣାରେ କନ୍ଧମାଳ ଥାନା ଫିରିଙ୍ଗିଆ ଅଞ୍ଚଳରୁ ଚାଇଲଡ୍ ଲାଇନ୍ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ଏକ ବାଲ୍ୟବିବାହ ରୋକିଛନ୍ତି। ୧୬ ବର୍ଷିୟା ଜଣେ ନାବାଳିକାଙ୍କ ସହ ନୟାଗଡ଼ରେ ଜଣେ ଯୁବକ ସହ ତାଙ୍କର ବିବାହ ଯୋଜନା ହୋଇଥିଲା। ନାବାଳିକାଙ୍କୁ ଉଦ୍ଧାର ପରେ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି ।