ଭୋଜି ଚାଲିଥିଲା, ଖବର ଆସିଲା ବାହାଘର ହେବନି

ଦେବଗଡ଼(ଓଡ଼ିଶା ରିପୋର୍ଟର): ଗାଁ ମୁଣ୍ଡରେ ବାଣ ଫୁଟୁଛି। ଘରେ ଚାଲିଛି ଭୋଜି ଭାତର ଆସର। ପଡୋଶୀ ଓ ବନ୍ଧୁବାନ୍ଧବ ଖାଉଛନ୍ତି। ଘର ଭିତରେ ବଧୂବେଶରେ ସଜେଇ ହୋଇଛି ବସିଛି କନିଆ। କିନ୍ତୁ ବାହାଘର ହୋଇପାରିଲା ନାହିଁ। ବଧୂ ନାବାଳିକା ହୋଇଥିବାରୁ ବାହାଘର ବନ୍ଦ କଲା ପ୍ରଶାସନ। ଶେଷରେ ଘରକୁ ଫେରିଲା ବର। ଆଜି ଏପରି  ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କଣ୍ଢଳ ପଞ୍ଚାୟତ ଶିବିବାଲିପୋଶି ଗାଁରେ। ପୂରା ଘଟଣା ଏମିତି। ଢେଙ୍କାନାଳ ଜିଲ୍ଲା ଦସଶିପୁର ଗ୍ରାମର ସତ୍ୟାନନ୍ଦ […]

marriage

Rakesh Mallick
  • Published: Friday, 20 April 2018
  • , Updated: 20 April 2018, 10:39 PM IST

ଦେବଗଡ଼(ଓଡ଼ିଶା ରିପୋର୍ଟର): ଗାଁ ମୁଣ୍ଡରେ ବାଣ ଫୁଟୁଛି। ଘରେ ଚାଲିଛି ଭୋଜି ଭାତର ଆସର। ପଡୋଶୀ ଓ ବନ୍ଧୁବାନ୍ଧବ ଖାଉଛନ୍ତି। ଘର ଭିତରେ ବଧୂବେଶରେ ସଜେଇ ହୋଇଛି ବସିଛି କନିଆ। କିନ୍ତୁ ବାହାଘର ହୋଇପାରିଲା ନାହିଁ। ବଧୂ ନାବାଳିକା ହୋଇଥିବାରୁ ବାହାଘର ବନ୍ଦ କଲା ପ୍ରଶାସନ। ଶେଷରେ ଘରକୁ ଫେରିଲା ବର। ଆଜି ଏପରି  ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କଣ୍ଢଳ ପଞ୍ଚାୟତ ଶିବିବାଲିପୋଶି ଗାଁରେ।

ପୂରା ଘଟଣା ଏମିତି। ଢେଙ୍କାନାଳ ଜିଲ୍ଲା ଦସଶିପୁର ଗ୍ରାମର ସତ୍ୟାନନ୍ଦ ନାୟକଙ୍କ ପୁଅ ସଲୀଲ ନାୟକଙ୍କ ସହିତ ଦେବଗଡ଼ ଥାନା କଣ୍ଢଳ ପଞ୍ଚାୟତର ବିଶିବାଲିପୋଶି ଗ୍ରାମରେ ସୁମତୀ (ଛଦ୍ମନାମ)ଙ୍କ ବିବାହ ଠିକ୍‌ ହୋଇଥିଲା। ଦୁଇ ପରିବାର ଲୋକ ଓ ପଡୋଶୀଙ୍କ ସହମତିରେ ଏହି ବିବାହ ଦିନ ସ୍ଥିର ହୋଇଥିଲା। ବୈଦିକ ରୀତିରେ ଆଜି ବିବାହ ହୋଇଥାଆନ୍ତି। ନିର୍ଦ୍ଧାରିତ ସମୟରେ ବର ଘର ଲୋକେ ଗାଁ ମୁଣ୍ଡରେ ପହଞ୍ଚିଥିଲା। ବାଣ ଫୁଟାଇ ଓ ବାଜା ବଜାଇ ବରଯାତ୍ରୀ ଆସୁଥିଲେ। ସାହି ପଡ଼ିଶା ମଧ୍ୟ ଭୋଜି ଖାଉଥିଲେ। ହଠାତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ଦେବଗଡ ଥାନା ପୁଲିସ ମିଳିତ ଭାବେ ଝିଅ ଘରେ ପହଞ୍ଚି ବିବାହ ବନ୍ଦ କଲେ। ଝିଅର ବଷୟ ୧୬ ବୟସ ହୋଇଥିବାରୁ ବାଲ୍ୟ ବିବାହ ଏକ ଅପରାଧ ବୋଲି ଝିଅଙ୍କ ପରିବାର ଲୋକଙ୍କୁ କହିଥିଲେ। ଏପରିକି ବିବାହ ନକରିବାକୁ ପରାମର୍ଶ ଦେଇଥିଲେ। ଝିଅକୁ ୧୮ ବର୍ଷ ହେଲେ ବାହାର ହେବ ବୋଲି ଅଧିକାରୀମାନେ ଝିଅ ଓ ପୁଅ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ। ଏଥିରେ ସେମାନେ ରାଜି ହୋଇଥିବା ଜଣାପଡ଼ିଛି। ପରେ ପଞ୍ଚାୟତ ଅଫିସରେ ବସିଥିଲା ଏକ ବୈଠକ। ନିଷ୍ପତ୍ତି ଅନୁସାରେ ଝିଅକୁ ୧୮ ବର୍ଷ ହେଲେ ବାହାର ହେବ। ଏଥିପାଇଁ ହୋଇଥିବା ରାଜିନାମାରେ ଉଭୟ ପକ୍ଷ ସ୍ୱାକ୍ଷର କରିଛନ୍ତି।। ପରେ ବର ନିଜ ଘରକୁ ଫେରିଯାଇଥିଲା।

Related story