ପିଲାଙ୍କ ଉପରେ ପିଶାଚ ନଜର: ଓଡ଼ିଶାରୁ ଟେକିନେଲେ, ପଶ୍ଚିମବଙ୍ଗରେ ଧରାପଡ଼ିଲେ

ରାଉରକେଲା: (ଓଡ଼ିଶା ରିପୋର୍ଟର): ସାବଧାନ ! ମାତିଛନ୍ତି ପିଲା ଚୋର। କାରଣ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର ହୋଇଛି। ୫ ବର୍ଷର ଶିଶୁପୁତ୍ରକୁ ପଶ୍ଚିମବଙ୍ଗ ମିଦନାପୁରରୁ ଉଦ୍ଧାର କଲା ପୁଲିସ। ଚୋରି ରାକେଟରେ ସଂପୃକ୍ତ ୩ ମହିଳାଙ୍କ ସମେତ ୪ ଜଣ ଗିରଫ। ଗତ ୪ ତାରିଖରେ ରାଉରକେଲା ଷ୍ଟେସନ ଅଞ୍ଚଳରୁ ଚୋରି ହୋଇଥିଲା। ଶିଶୁକୁ ଚୋରାଇ ନେଇଥିଲେ ରାକେଟର ୨ ମହିଳା ଓ ଜଣେ ପୁରୁଷ। ଚୋରାଇ ନେଇ ମିଦନାପୁରର ଜଣେ ମହିଳାଙ୍କୁ ୧ ଲକ୍ଷରେ […]

rape-in-khurda

Tapas Behera
  • Published: Thursday, 17 December 2020
  • , Updated: 17 December 2020, 09:09 PM IST

ରାଉରକେଲା: (ଓଡ଼ିଶା ରିପୋର୍ଟର): ସାବଧାନ ! ମାତିଛନ୍ତି ପିଲା ଚୋର। କାରଣ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର ହୋଇଛି। ୫ ବର୍ଷର ଶିଶୁପୁତ୍ରକୁ ପଶ୍ଚିମବଙ୍ଗ ମିଦନାପୁରରୁ ଉଦ୍ଧାର କଲା ପୁଲିସ। ଚୋରି ରାକେଟରେ ସଂପୃକ୍ତ ୩ ମହିଳାଙ୍କ ସମେତ ୪ ଜଣ ଗିରଫ। ଗତ ୪ ତାରିଖରେ ରାଉରକେଲା ଷ୍ଟେସନ ଅଞ୍ଚଳରୁ ଚୋରି ହୋଇଥିଲା। ଶିଶୁକୁ ଚୋରାଇ ନେଇଥିଲେ ରାକେଟର ୨ ମହିଳା ଓ ଜଣେ ପୁରୁଷ। ଚୋରାଇ ନେଇ ମିଦନାପୁରର ଜଣେ ମହିଳାଙ୍କୁ ୧ ଲକ୍ଷରେ ବିକିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ତନାଘନା କରିଥିଲା ପୋଲିସ। ଘଟଣାରେ ସଂପୃକ୍ତ ଚୋରି କରିଥିବା ୩ ଜଣ ଓ କିଣିଥିବା ମହିଳାଙ୍କୁ ଗିରଫ କରାଯାଇଛି। ଚୋରି ଶିଶୁପୁତ୍ରକୁ ଉଦ୍ଧାର କରି CWCର ଜିମା ଦେଇଛି ପୋଲିସ।

ଚଳିତ ମାସ ୪ ତାରିଖ ଦିନ ଶିଶୁଟିକୁ ରାଉରକେଲା ରେଳ ଷ୍ଟେସନ୍ ଅଞ୍ଚଳରୁ ଚୋରି କରି ପଶ୍ଚିମବଙ୍ଗ ମେଦିନାପୁରରେ ବିକ୍ରି କରିଦେଇଥିଲା। ମୁଖ୍ୟ ଅଭିଯୁକ୍ତ ସନ୍ତୋଷୀ ନାୟକ ଏହି ରାକେଟର ମାଷ୍ଟରମାଇଣ୍ଡ I ସେ ରାଉରକେଲା ସହରରୁ ଏମିତି ଶିଶୁଙ୍କୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରେ ରାଉରକେଲା ପୁଲିସ ୩ ଟିମ୍ ଗଠନ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇଥିଲେ। ୧୨ ତାରିଖ ଦିନ ପ୍ଲାଣ୍ଟ ସାଇଟ୍ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

Related story