ସ୍କୁଲ୍‌ରେ ପାଣି ପିଇ ତିନି ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ସ୍କୁଲ୍‌ରେ ପାଣି ପିଇ ତିନି ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀମାନେ ପାଣି ପିଇଥିଲେ। ହେଲେ କିଛି ସମୟ ପରେ ସପ୍ତମ ଶ୍ରେଣୀର ଜଣେ ଛାତ୍ର ଓ ଦୁଇଜଣ ଛାତ୍ରୀଙ୍କ ଦେହ ଝିମ୍ ଝିମ୍ ହେବା ସହ ମୁଣ୍ଡ ବୁଲାଇଥିଲା। ବିଦ୍ୟାଳୟ ଛୁଟି ହେବା ପରେ […]

childmmm

Tapaswini Nayak
  • Published: Wednesday, 21 August 2019
  • , Updated: 21 August 2019, 08:40 AM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ସ୍କୁଲ୍‌ରେ ପାଣି ପିଇ ତିନି ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀମାନେ ପାଣି ପିଇଥିଲେ। ହେଲେ କିଛି ସମୟ ପରେ ସପ୍ତମ ଶ୍ରେଣୀର ଜଣେ ଛାତ୍ର ଓ ଦୁଇଜଣ ଛାତ୍ରୀଙ୍କ ଦେହ ଝିମ୍ ଝିମ୍ ହେବା ସହ ମୁଣ୍ଡ ବୁଲାଇଥିଲା। ବିଦ୍ୟାଳୟ ଛୁଟି ହେବା ପରେ ସେମାନେ ଘରକୁ ଯାଇଥିଲେ। ଘରେ ପହଞ୍ଚିବା ପରେ ସେମାନେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ।

ପରିବାର ଲୋକେ ସେମାନଙ୍କୁ ଡାକ୍ତରଖାନା ନେଇଥିଲେ। ସ୍କୁଲ୍‌ରେ ପାଣି ପିଇବା ପରଠାରୁ ଅସୁସ୍ଥତା ଅନୁଭବ କରିଥିଲେ ବୋଲି ଏହି ଛାତ୍ରଛାତ୍ରୀମାନେ କହିଛନ୍ତି। ତେବେ ଏନେଇ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 

Related story