ଅଙ୍ଗନବାଡ଼ି କର୍ମୀଙ୍କ ଘର ବାରଣ୍ଡାରେ ଗଢ଼ା ହେଉଛି ଶିଶୁଙ୍କ ଭବିଷ୍ୟତ

ମୋହନା (ମିହିର ଜତି): ଶିକ୍ଷାର ମାନ ବୃଦ୍ଧି ପାଇଁ କେତେ କ’ଣ ଯୋଜନା ପ୍ରଣୟନ କରୁଛନ୍ତି ରାଜ୍ୟ ସରକାର। ମାତ୍ର ପ୍ରଶାସନିକ ଅଧିକାରୀଙ୍କ ଖାମ୍‌ଖିଆଲ ନୀତି ଯୋଗୁଁ ଏଗୁଡ଼ିକ ଗ୍ରାମାଞ୍ଚଳରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନଥିବା ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲାରୁ। ଏଠାରେ ଏକ ଗାଁରେ ଅଙ୍ଗନବାଡ଼ି କର୍ମୀଙ୍କ ଘର ବାରଣ୍ଡାରେ ଗଢ଼ା ହେଉଛି ଛୋଟଛୋଟ ପିଲାଙ୍କ ଭବିଷ୍ୟତ। ଏହି ଗାଁର ନାଁ ଚାନ୍ଦିପୁଟ। ମୋହନା ବ୍ଲକ୍‌ରେ ଏହା […]

school

school

Manoranjan Sial
  • Published: Thursday, 20 February 2020
  • Updated: 21 February 2020, 10:00 AM IST

Sports

Latest News

ମୋହନା (ମିହିର ଜତି): ଶିକ୍ଷାର ମାନ ବୃଦ୍ଧି ପାଇଁ କେତେ କ’ଣ ଯୋଜନା ପ୍ରଣୟନ କରୁଛନ୍ତି ରାଜ୍ୟ ସରକାର। ମାତ୍ର ପ୍ରଶାସନିକ ଅଧିକାରୀଙ୍କ ଖାମ୍‌ଖିଆଲ ନୀତି ଯୋଗୁଁ ଏଗୁଡ଼ିକ ଗ୍ରାମାଞ୍ଚଳରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନଥିବା ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲାରୁ। ଏଠାରେ ଏକ ଗାଁରେ ଅଙ୍ଗନବାଡ଼ି କର୍ମୀଙ୍କ ଘର ବାରଣ୍ଡାରେ ଗଢ଼ା ହେଉଛି ଛୋଟଛୋଟ ପିଲାଙ୍କ ଭବିଷ୍ୟତ।

ଏହି ଗାଁର ନାଁ ଚାନ୍ଦିପୁଟ। ମୋହନା ବ୍ଲକ୍‌ରେ ଏହା ରହିଛି। ଏଠାକାର ଲୋକ ସଂଖ୍ୟା ୧୫୦୦ରୁ ୨୦୦୦ ହେବ। ଲୋକ ସଂଖ୍ୟାକୁ ଦୃଷ୍ଟିରେ ଗାଁରେ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ତେବେ ଦୁଃଖର ବିଷୟ କେଉଁଟି ବି ନିଜସ୍ୱ କୋଠାରେ ଚାଲୁ ନାହିଁ। ଦୁଇଟି ଯାକ ଅଙ୍ଗନବାଡ଼ି କେନ୍ଦ୍ର ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କ ଘର ବାରଣ୍ଡାରେ ଚାଲିଛି।

ପ୍ରଥମ କେନ୍ଦ୍ରଟି ୨୦୧୨ ମସିହାରେ ସ୍ଥାପିତ ହୋଇଥିଲା। ଏଥିପାଇଁ ଘର ନିର୍ମାଣ କରିବା ପାଇଁ ଅର୍ଥ ମଧ୍ୟ ମଞ୍ଜୁର ହୋଇଥିଲା। ଏପରିକି ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ବି ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସରୁନାହିଁ। ତେଣୁ ଅଙ୍ଗନବାଡ଼ି କର୍ମୀ ନିଜ ଘରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।

ସେହିପରି ୨୦୧୫ ମସିହାରେ ଅଙ୍ଗନବାଡ଼ି କେନ୍ଦ୍ର-୨ ପ୍ରତିଷ୍ଠା କରାଯାଇଥିଲା। ୫ ଲକ୍ଷ ଟଙ୍କା ବିନିମୟରେ ଗୃହ ନିର୍ମାଣ ହୋଇଥିଲା। ଏପରିକି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଏହାକୁ ଲୋକାର୍ପଣ ମଧ୍ୟ କରିଥିଲେ। ହେଲେ ଦୁଃଖର ବିଷୟ ଏହି ଘରଟିକୁ ସଂପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇ ନାହିଁ। ତେଣୁ ଏହା ଏଯାଏ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଆଉ ପିଲାମାନେ ଅଙ୍ଗନବାଡ଼ି କର୍ମୀଙ୍କ ଘର ବାରଣ୍ଡାରେ ବସି ପାଠ ପଢୁଛନ୍ତି।

ଅଙ୍ଗନବାଡ଼ି ପିଲାଙ୍କୁ ସୁଷମ ଖାଦ୍ୟ ଦେବା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ହେଲେ ଏଠାରେ ଯଦି ପାଠ ପଢ଼ିବା ପାଇଁ ଗୃହ ନାହିଁ, ସେଠି ରୋଷେଇ ଘର କଥା ନକହିବା ଭଲ। ଅଙ୍ଗନବାଡ଼ି କେନ୍ଦ୍ରର ଏହି ସମସ୍ୟା ନେଇ ଅଭିଭାବକମାନେ ବାରମ୍ୱାର ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି। ମାତ୍ର ପ୍ରଶାସନ ଏଥିପ୍ରତି ତିଳେ ମାତ୍ର ନଜର ଦେଉନାହିଁ। ବର୍ଷା ଓ ଶୀତ କାକରରେ ପିଲାମାନେ ଅଙ୍ଗନବାଡ଼ି କର୍ମୀଙ୍କ ଘର ବାରଣ୍ଡରେ ବସି ପାଠ ପଢ଼ୁଛନ୍ତି।

ଏନେଇ ମୋହନା ବିଡିଓ ବଂଶୀଧର ଖୋସଲାଙ୍କୁ ପଚରାଯିବାରୁ ସେ କହିଛନ୍ତି, “ଗୃହ ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ପାଇଛୁ। ଘଟଣାର ତଦନ୍ତ କରି ସମ୍ପୃକ୍ତ ଠିକାଦାରଙ୍କୁ ବ୍ଲାକଲିଷ୍ଟେଡ୍‌ କରିବା ପାଇଁ ଉଦ୍ୟମ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story