ଆଜି ଶିଶୁଙ୍କ ସହ ମନଖୋଲି କଥା ହେବେ ନବୀନ

Ordigital Desk
  • Published: Tuesday, 14 November 2017
  • , Updated: 14 November 2017, 07:57 AM IST
<p>ଭୁବନେଶ୍ୱର: ଆଜି ଶିଶୁ ଦିବସ। ଏହି ଅବସରରେ ଆଜି ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀ ଆଜି ପ୍ରାୟ ଏକଘଣ୍ଟା ଧରି ଉପସ୍ଥିତ ରହି ଅଭିଭାଷଣ ଦେବେ। ରାଜ୍ୟର ସମସ୍ତ ସରକାରୀ ସ୍କୁଲ୍ ଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ପ୍ରୋଜେକ୍ଟର ମାଧ୍ୟମରେ ପିଲାଙ୍କୁ ଦେଖାଯିବ। ସୋସିଆଲ୍ ମିଡିଆରେ ମଧ୍ୟ ସିଧାପ୍ରସାରଣ ହେବ। ଦିନ ୧୧ଟା ୧୫ରୁ ୧୨ ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିବାର କର୍ଯ୍ୟକ୍ରମ ରହିଛି।&nbsp; ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ମାର୍ଗଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସ୍କୁଲରେ ସାଜସଜା ସହ ସଫେଇକୁ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ହେଉଥିବା ଉତ୍ସବରେ ୨୪ଟି ସ୍କୁଲର ୪ହଜାର ୫ଶହ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ଉପସ୍ଥିତ ରହିବେ। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗ୍ରାଣ୍ଡ ୱେର ପ୍ରସ୍ତୁତି କରାଯାଇଛି ।</p> <p>ଏହି ମହୋତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୧୦ ପ୍ଲାଟୁନ୍ ପୋଲିସ୍&zwnj; ଫୋର୍ସ ନିୟୋଜିତ ହୋଇଛନ୍ତି ବୋଲି ଭୁବନେଶ୍ୱର ଡିସିପି&nbsp; ସତ୍ୟବ୍ରତ ଭୋଇ କହିଛନ୍ତି। ସେ କହିଛନ୍ତି, &ldquo;ସୁରକ୍ଷା ତଦାରଖ ପାଇଁ ୫୦ରୁ ଊର୍ଦ୍ଧ୍ୱ ପୋଲିସ୍&zwnj; ଅଫିସର ନିୟୋଜିତ କରାଯାଇଛି। ଟ୍ରାଫିକ୍&zwnj; ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଛି।&rdquo;</p> <p>&amp;nbsp;</p>

Related story