ଚିଲିକା: କଙ୍କଡା ଯନ୍ତାରୁ ମୁକ୍ତି ପାଇଲା ଡଲଫିନ୍‌

ପୁରୀ: ପର୍ଯ୍ୟଟକଙ୍କ ନଜରକୁ ଆସିଯିବା ପରେ ଚିଲିକାରେ ଏକ ଡଲଫିନ୍‌ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛି। ଚିଲିକାରେ ଲାଗିଥିବା କଙ୍କଡ଼ା ଯନ୍ତାରୁ ଡଲଫିନ୍‌ଟିକୁ ଉଦ୍ଧାର କରାଯାଇ ଛାଡି ଦିଆଯାଇଛି। ଗତକାଲି ଚିଲିକାର ମୀର୍ଜାପୁରରେ ମତ୍ସ୍ୟଜୀବୀମାନେ କଙ୍କଡା ଧରିବାକୁ ବସାଇଥିବା ବନ୍ଧାରେ ଏହି ଡଲଫିନ୍‌ଟି ଫଶି ଯାଇଥିଲା। ବନ୍ଧାରୁ ଖସି ନ ପରି ଛଟପଟ ହେଉଥିବା ବେଳେ ଆଜି ଚିଲିକା ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକଙ୍କ ନଜରକୁ ଆସିଥିଲା। ପର୍ଯ୍ୟଟକମାନେ ଏନେଇ ଡଙ୍ଗା ଚାଳକଙ୍କୁ କହିଥିଲେ। ଏହାପରେ ଡଙ୍ଗାଚାଳକ […]

chilika

Rakesh Mallick
  • Published: Monday, 27 March 2017
  • , Updated: 27 March 2017, 06:10 PM IST

ପୁରୀ: ପର୍ଯ୍ୟଟକଙ୍କ ନଜରକୁ ଆସିଯିବା ପରେ ଚିଲିକାରେ ଏକ ଡଲଫିନ୍‌ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛି। ଚିଲିକାରେ ଲାଗିଥିବା କଙ୍କଡ଼ା ଯନ୍ତାରୁ ଡଲଫିନ୍‌ଟିକୁ ଉଦ୍ଧାର କରାଯାଇ ଛାଡି ଦିଆଯାଇଛି।

ଗତକାଲି ଚିଲିକାର ମୀର୍ଜାପୁରରେ ମତ୍ସ୍ୟଜୀବୀମାନେ କଙ୍କଡା ଧରିବାକୁ ବସାଇଥିବା ବନ୍ଧାରେ ଏହି ଡଲଫିନ୍‌ଟି ଫଶି ଯାଇଥିଲା। ବନ୍ଧାରୁ ଖସି ନ ପରି ଛଟପଟ ହେଉଥିବା ବେଳେ ଆଜି ଚିଲିକା ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକଙ୍କ ନଜରକୁ ଆସିଥିଲା। ପର୍ଯ୍ୟଟକମାନେ ଏନେଇ ଡଙ୍ଗା ଚାଳକଙ୍କୁ କହିଥିଲେ। ଏହାପରେ ଡଙ୍ଗାଚାଳକ ଓ ତାଙ୍କ ସହକର୍ମୀମାନେ ଡଲଫିନ୍‌କୁ ବନ୍ଧାରୁ ମୁକ୍ତ କରି ପୁଣି ଚିଲିକାରେ ଛାଡି ଦେଇଥିଲେ।

ଚିଲିକାରେ ବେଆଇନ ଭାବେ ଏପରି ବନ୍ଧା ବସାଯାଇ ଚିଙ୍ଗୁଡି ଓ କଙ୍କଡା ଧରାଯାଉଛି। ଏହି ବନ୍ଧା ଯୋଗୁଁ ଡଲଫିନ୍‌ ସମେତ ବିଭିନ୍ନ ପ୍ରଜାତୀର ଜଳଜୀବଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି।

Related story