ପ୍ରକୃତିର ଚମତ୍କାରିତା: ଗୋଲାପ ଗଛରେ ଫୁଟିଛି ମନ୍ଦାର, ଦେଖନ୍ତୁ କିଛି ଦୃଶ୍ୟ

ରାଜଗାଙ୍ଗପୁର, (ଓଡ଼ିଶା ରିପୋର୍ପ୍ରଟର): ପ୍ରକୃତି ତା’ର ବୈଚିତ୍ରମୟ ସୃଷ୍ଟିରେ ବେଳେ ବେଳେ ପଟ୍ଟ ପରିବର୍ତ୍ତନ କରେ।  ଫଳରେ ଅନେକ ସମୟରେ ଅଜବ ଓ  ଅଦ୍ଭୁତ ଘଟଣା ଦେଖିବାକୁ ମିଳେ।  ଆଜିର ବିଜ୍ଞାନ ଯୁଗରେ ଏହା ବିଶ୍ୱାସଯୋଗ୍ୟ ମନେ ହେଉ ନଥିଲେ ମଧ୍ୟ କେହି କେହି ଏହାକୁ  ପ୍ରକୃତିର କରିଶ୍ମା ବୋଲି କୁହନ୍ତି।ଏବେ ସେମିତି ଏକ  ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅଞ୍ଚଳରେ। ସ୍ଥାନୀୟ ଆଇଟି କଲୋନୀରେ ରହୁଥିବା ଶଶୀଭୂଷଣ ଚୌରାସିଆଙ୍କ ଅଗଣାରେ ଏଭଳି ଏକ […]

rose image

Rakesh Mallick
  • Published: Wednesday, 28 March 2018
  • , Updated: 28 March 2018, 04:36 PM IST

ରାଜଗାଙ୍ଗପୁର, (ଓଡ଼ିଶା ରିପୋର୍ପ୍ରଟର): ପ୍ରକୃତି ତା’ର ବୈଚିତ୍ରମୟ ସୃଷ୍ଟିରେ ବେଳେ ବେଳେ ପଟ୍ଟ ପରିବର୍ତ୍ତନ କରେ।  ଫଳରେ ଅନେକ ସମୟରେ ଅଜବ ଓ  ଅଦ୍ଭୁତ ଘଟଣା ଦେଖିବାକୁ ମିଳେ।  ଆଜିର ବିଜ୍ଞାନ ଯୁଗରେ ଏହା ବିଶ୍ୱାସଯୋଗ୍ୟ ମନେ ହେଉ ନଥିଲେ ମଧ୍ୟ କେହି କେହି ଏହାକୁ  ପ୍ରକୃତିର କରିଶ୍ମା ବୋଲି କୁହନ୍ତି।ଏବେ ସେମିତି ଏକ  ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅଞ୍ଚଳରେ।

ସ୍ଥାନୀୟ ଆଇଟି କଲୋନୀରେ ରହୁଥିବା ଶଶୀଭୂଷଣ ଚୌରାସିଆଙ୍କ ଅଗଣାରେ ଏଭଳି ଏକ ଗୋଲାପ ଗଛ ଦେଖିବାକୁ ମିଳିଛି । ଯେଉଁଥିରେ ମନ୍ଦାର ଫୁଲ ଫୁଟୁଛି। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସତ। ଶଶିଭୂଷଣଙ୍କ କହିବା ଅନୁଯାୟୀ ପ୍ରଥମେ ଏହି ଗଛରେ ଗୋଲାପ ଫୁଲ ଫୁଟିଥିଲା।

ତେବେ ଗତ କିଛି ଦିନ ହେବ ଏଥିରେ ମନ୍ଦାର ଫୁଲ ଫୁଟିଛି। ଥରେ ନୁହେଁ ଗୋଟିଏ ପରେ ଗୋଟିଏ ଏଭଳି ମନ୍ଦାର ଫୁଟୁଥିବା ଦେଖିବାକୁ ମିଳୁଛି। ସାଧାରଣତଃ ମନ୍ଦାର ଫୁଲ ଗୋଟିଏ ଦିନରେ ମଉଳି ଯାଉଥିବାବେଳେ, ଏହି ଫୁଲ କିନ୍ତୁ ପ୍ରାୟ ୫ ଦିନ ପର୍ଯ୍ୟନ୍ତ ସତେଜ ରହୁଛି। ଉଦ୍ଭିଦବିତ୍‌ ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଦୁଇଟି ଯାକ ଗଛ ଭିନ୍ନ ପ୍ରଜାତିର।  ତେଣୁ ଏଭଳି ହେବା ଆଦୌ ସମ୍ଭବ ନୁହେଁ ବୋଲି ଉଦ୍ଭିତବିତ୍ ମତ ଦେଇଛନ୍ତି। ସେପଟେ ସ୍ଥାନୀୟ ଅଞ୍ଚଳରେ ଏହା କୌତୁହଳ ସୃଷ୍ଟି କରିଛି। ଏଇ ଗଛକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି।

Related story