ଚିଟ୍‌ଫଣ୍ଡ ଠକେଇ ମାମଲା: ଗିରଫ ଜ୍ୟୋତିରାଣୀଙ୍କୁ ଚାକିରିରୁ ବହିଷ୍କାର ପାଇଁ ପକ୍ରିୟା ଆରମ୍ଭ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଗିରଫ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ପତ୍ନୀ ଜ୍ୟୋତିରାଣୀ ଷଡଙ୍ଗୀଙ୍କୁ ଚାକିରିରୁ ନିଲମ୍ବନ ପାଇଁ ପକ୍ରିୟା ଆରମ୍ଭ ହୋଇଛି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଇଓଙ୍କଠାରୁ ରିପୋର୍ଟ ତଲବ କରାଯାଇଛି। ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି ଗଣଶିକ୍ଷା ବିଭାଗର ଡେପୁଠି ଡାଇରେକ୍ଟର ସୌଦାମିନୀ ଦାସ ସୂଚନା ଦେଇଛନ୍ତି। ଜ୍ୟୋତିରଣୀ ଏବେ ନୟାପଲ୍ଲୀ ସ୍ଥିତ ସରକାରୀ ପ୍ରାଇମେରୀ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି। ତେବେ ଠକେଇ ଅଭିଯୋଗରେ ସେ ଜେଲ୍‌ ଯାଇଥିବାରୁ […]

seesore

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 09:53 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଗିରଫ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ପତ୍ନୀ ଜ୍ୟୋତିରାଣୀ ଷଡଙ୍ଗୀଙ୍କୁ ଚାକିରିରୁ ନିଲମ୍ବନ ପାଇଁ ପକ୍ରିୟା ଆରମ୍ଭ ହୋଇଛି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଇଓଙ୍କଠାରୁ ରିପୋର୍ଟ ତଲବ କରାଯାଇଛି। ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି ଗଣଶିକ୍ଷା ବିଭାଗର ଡେପୁଠି ଡାଇରେକ୍ଟର ସୌଦାମିନୀ ଦାସ ସୂଚନା ଦେଇଛନ୍ତି।

ଜ୍ୟୋତିରଣୀ ଏବେ ନୟାପଲ୍ଲୀ ସ୍ଥିତ ସରକାରୀ ପ୍ରାଇମେରୀ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି। ତେବେ ଠକେଇ ଅଭିଯୋଗରେ ସେ ଜେଲ୍‌ ଯାଇଥିବାରୁ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସରକାରୀ ନିୟମ ଅନୁସାରେ ଜଣେ ସରକାରୀ କର୍ମଚାରୀ ୨୪ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ଜେଲ୍‌ରେ ରହିଲେ ସମ୍ପୃକ୍ତ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥାଏ।

ତେବେ ଜ୍ୟୋତିରାଣୀ ଯଦି ଦୀର୍ଘଦିନ ଧରି ଜେଲ୍‌ରେ ରହନ୍ତି, ତେବେ ଆବଶ୍ୟକ ପଡିଲେ ତାଙ୍କୁ ବହିଷ୍କାର ମଧ୍ୟ କରାଯିବ ବୋଲି ଏଲିମେଣ୍ଟାରୀ ଏଜୁକେଶନ ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି।

ଗତକାଲି ରାଉରକେଲା ଏସ୍‌ଡିଜେଏମ୍‌ଙ୍କ କୋର୍ଟରୁ ଜାରି ଏକ ଜାମିନ୍‌ ବିହୀନ ଗିରଫ ପରୱାନା ବଳରେ ଭୁବନେଶ୍ୱର ଲକ୍ଷ୍ମୀସାଗର ପୋଲିସ ଜ୍ୟୋତିରାଣୀଙ୍କୁ ଗିରଫ କରିଥିଲା। ୨୦୧୫ ମସିହାରୁ ଏହି ଏନ୍‌ବିଡବ୍ଲ୍ୟୁ ଜାରି ହୋଇଥିଲା। ରାଉରକେଲା ରଘୁନାଥପାଲି  ଥାନାରେ ଠକେଇ ଅଭିଯୋଗରେ ମାମଲା ଦାୟର ହୋଇଥିଲା। ସିସୋର ଚିଟ୍‌ଫଣ୍ଡ ବିରୋଧରେ ସେହି ଥାନାରେ ଆଉ ୩ଟି ମାମଲା ରହିଛି। ଅଧିକ ଅନୁସନ୍ଧାନ ପାଇଁ ଦରକାର ପଡିଲେ ରାଉରକେଲା ପୋଲିସ ଜ୍ୟୋତିରାଣୀଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିପାରେ।

Related story