‘ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ଚିହ୍ନଟ ପାଇଁ ଆହୁରି ୨ରୁ ୩ ବର୍ଷ ଲାଗିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ଚିହ୍ନଟ ଲାଗି ଆହୁରି ଦୁଇରୁ ତିନି ବର୍ଷ ସମୟ ଲାଗିବ। ଏବେ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ କ୍ଷୁଦ୍ର ଜମାକାରୀ ଚିହ୍ନଟ ସରିଛି। ଅବଶିଷ୍ଟ ଜମାକାରୀଙ୍କୁ ଚିହ୍ନଟ ଲାଗି ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ ଜଷ୍ଟିସ ଏମ୍‌. ଏମ୍‌ ଦାସ। ରାଜ୍ୟ ସରକାରଙ୍କୁ ଆଜି ଷଷ୍ଠ ଅନ୍ତରୀଣ ରିପୋର୍ଟ ପ୍ରଦାନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କମିଶନ ଏହି ସୂଚନା ଦେଇଛନ୍ତି।   […]

chitfund.jpg11111

chitfund.jpg11111

Manoranjan Sial
  • Published: Tuesday, 12 February 2019
  • Updated: 12 February 2019, 09:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ଚିହ୍ନଟ ଲାଗି ଆହୁରି ଦୁଇରୁ ତିନି ବର୍ଷ ସମୟ ଲାଗିବ। ଏବେ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ କ୍ଷୁଦ୍ର ଜମାକାରୀ ଚିହ୍ନଟ ସରିଛି। ଅବଶିଷ୍ଟ ଜମାକାରୀଙ୍କୁ ଚିହ୍ନଟ ଲାଗି ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ ଜଷ୍ଟିସ ଏମ୍‌. ଏମ୍‌ ଦାସ। ରାଜ୍ୟ ସରକାରଙ୍କୁ ଆଜି ଷଷ୍ଠ ଅନ୍ତରୀଣ ରିପୋର୍ଟ ପ୍ରଦାନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କମିଶନ ଏହି ସୂଚନା ଦେଇଛନ୍ତି।
 
ଷଷ୍ଠ ଅନ୍ତରୀଣ ରିପୋର୍ଟରେ ୧ ଲକ୍ଷ ୪୩ ହଜାର ୪୬୩ ଜମାକାରୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ୍‌ ୩ ଲକ୍ଷ ୬୧ ହଜାର ୮୧୭ ଜମାକାରୀ ଚିହ୍ନଟ ହୋଇଥିବା କମିଶନ ଦର୍ଶାଇଛନ୍ତି।
କମିଶନ କହିଛନ୍ତି, ପରେ ଆଉ ୬ ଲକ୍ଷ ଜମାକାରୀ ସତ୍ୟପାଠ ଦାଖଲ କରିଥିବାରୁ ଏହାର ଡିଜିଟାଇଜେସନ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡିଜିଟାଇଜେସନ୍‌ ପରେ ବାକି ଜମାକାରୀ ଚିହ୍ନଟ ହେବେ। କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯିବା ପରେ ବଡ଼ ଜମାକାରୀଙ୍କୁ ଚିହ୍ନଟ କରାଯିବ ବୋଲି କମିଶନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos