ଚିଟ୍‌ଫଣ୍ଡ ଦୁର୍ନୀତି: ଖୁବ୍‌ଶୀଘ୍ର ଦାଖଲ ହେବ ସପ୍ତମ ଅନ୍ତରୀଣ ରିପୋର୍ଟ

କଟକ(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ ଏମ୍‌.ଏମ୍‌. ଦାଶ କମିଶନ ଖୁବ୍‌ ଶୀଘ୍ର ତାଙ୍କର ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ। ଏଥର କମିଶନ ମୋଟ ୨ ଲକ୍ଷ ୨୪ ହଜାର ୨୫୨ଟି ସତ୍ୟପାଠର ତର୍ଜମା କରିଛନ୍ତି। ଏଥିରେ ଥିବା ସମସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରସ୍ତ କରିବାକୁ କମିଶନ ସରକାରଙ୍କୁ ସୁପାରିସ କରିବେ। କମିଶନ ଗଠନ ପରେ ପ୍ରଥମ ପର୍ଯ୍ୟାୟରେ ହସ୍ତଗତ ହୋଇଥିବା ୮ ଲକ୍ଷ ୧୭ ହଜାର ୨୫୩ଟି […]

chitfund.jpg11111

Manoranjan Sial
  • Published: Saturday, 29 June 2019
  • , Updated: 29 June 2019, 07:17 PM IST

କଟକ(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ ଏମ୍‌.ଏମ୍‌. ଦାଶ କମିଶନ ଖୁବ୍‌ ଶୀଘ୍ର ତାଙ୍କର ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ। ଏଥର କମିଶନ ମୋଟ ୨ ଲକ୍ଷ ୨୪ ହଜାର ୨୫୨ଟି ସତ୍ୟପାଠର ତର୍ଜମା କରିଛନ୍ତି। ଏଥିରେ ଥିବା ସମସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରସ୍ତ କରିବାକୁ କମିଶନ ସରକାରଙ୍କୁ ସୁପାରିସ କରିବେ।

କମିଶନ ଗଠନ ପରେ ପ୍ରଥମ ପର୍ଯ୍ୟାୟରେ ହସ୍ତଗତ ହୋଇଥିବା ୮ ଲକ୍ଷ ୧୭ ହଜାର ୨୫୩ଟି ସତ୍ୟପାଠର ତର୍ଜମା ଶେଷ ହୋଇଛି। ଏହାପରେ ତ୍ରୁଟିପୂର୍ଣ୍ଣ ଭାବେ ଦାଖଲ ହୋଇଥିବା ୭୯ ହଜାର ସତ୍ୟପାଠର କମିଶନ ପୁନଃ ଯାଞ୍ଚ ଆରମ୍ଭ କରିଛନ୍ତି। ପୂର୍ବରୁ କମିଶନ ଦାଖଲ କରିଥିବା ୬ଟି ଅନ୍ତରୀଣ ରିପୋର୍ଟରେ ୩ ଲକ୍ଷ ୬୧ ହଜାର ୮୧୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରସ୍ତ ପାଇଁ ସୁପାରିସ କରାଯାଇଥିଲା।

Related story