ଚିଟଫଣ୍ଡ ମାମଲା: ସଂଶୋଧନ ହେବ ଜମାକରୀଙ୍କ ସ୍ୱାର୍ଥ ସୁରକ୍ଷା ଆଇନ

ଭୁବନେଶ୍ୱର: ଜମାକାରୀ ସ୍ୱାର୍ଥ ସୁରକ୍ଷା ଆଇନରେ ସଂଶୋଧନ ହେବ। କ୍ଷୁଦ୍ର ଓ ପ୍ରକୃତ ଜମାକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟଙ୍କା ଫେରାଇବା ପାଇଁ ସରକାର କରିଥିବା ନିଷ୍ପତ୍ତି ଅନୁସାରେ ଜମାକାରୀଙ୍କୁ ଚିହ୍ନଟ ପାଇଁ ସଂଶୋଧିତ ଆଇନରେ ବ୍ୟବସ୍ଥା ରହିବ। ଆସନ୍ତା ୨୬ ତାରିଖରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ଅନୁମୋଦନ ପରେ ଏହି ସଂଶୋଧିତ ଆଇନ ବିଧାନସଭାରେ ଉପସ୍ଥାପିତ ହେବ ବୋଲି ଜଣାପଡିଛି। ୨୦୧୧ର ଆଇନରେ କିଛି ସଂଶୋଧନ କରିବାକୁ ସରକାର ଚାହୁଁଛନ୍ତି। ପାରିତ ହୋଇଥିବା ବିଲ୍‌ରେ କ୍ଷୁଦ୍ର […]

chit-fund

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 04:03 PM IST

ଭୁବନେଶ୍ୱର: ଜମାକାରୀ ସ୍ୱାର୍ଥ ସୁରକ୍ଷା ଆଇନରେ ସଂଶୋଧନ ହେବ। କ୍ଷୁଦ୍ର ଓ ପ୍ରକୃତ ଜମାକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟଙ୍କା ଫେରାଇବା ପାଇଁ ସରକାର କରିଥିବା ନିଷ୍ପତ୍ତି ଅନୁସାରେ ଜମାକାରୀଙ୍କୁ ଚିହ୍ନଟ ପାଇଁ ସଂଶୋଧିତ ଆଇନରେ ବ୍ୟବସ୍ଥା ରହିବ। ଆସନ୍ତା ୨୬ ତାରିଖରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ଅନୁମୋଦନ ପରେ ଏହି ସଂଶୋଧିତ ଆଇନ ବିଧାନସଭାରେ ଉପସ୍ଥାପିତ ହେବ ବୋଲି ଜଣାପଡିଛି।

୨୦୧୧ର ଆଇନରେ କିଛି ସଂଶୋଧନ କରିବାକୁ ସରକାର ଚାହୁଁଛନ୍ତି। ପାରିତ ହୋଇଥିବା ବିଲ୍‌ରେ କ୍ଷୁଦ୍ର ଓ ପ୍ରକୃତ ଜମାକାରୀଙ୍କ ବାବଦରେ କିଛି ଉଲ୍ଲେଖ ନ ଥିଲା। ଏବେ ଏଥିରେ ସଂଶୋଧନ କରି ୧୦ ହଜାର କିମ୍ବା ତା’ ଠାରୁ କମ ଜମା ରଖି ଠକେଇର ଶିକାର ହୋଇଥିବା ଲୋକଙ୍କୁ କ୍ଷୁଦ୍ର ଜମାକାରୀ ଭାବେ ଗଣାଯିବ। ଏଥିପାଇଁ ଆଇନରେ ଥିବା ଧାରା ୯ର ଉପଧାରା ୭ରେ ପରିବର୍ତ୍ତନ କରାଯିବ। ଠକ ସଂସ୍ଥା ସମ୍ପତି ବ୍ୟାଜାପ୍ତି ପରେ ଏହାକୁ ଜମାକାରୀଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟିବା ନେଇ ଆଇନରେ ଉଲ୍ଲେଖ ଥିଲା। ଏଥିରେ ପରିବର୍ତ୍ତନ କରି କ୍ଷୁଦ୍ର ଜମାକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟଙ୍କା ଫେରାଇବାକୁ ବ୍ୟବସ୍ଥା ରହିବ। ସେହିପରି ଧାରା ୯ର ଉପଧାରା ୬ରେ ମଧ୍ୟ ପରିବର୍ତ୍ତନ କରି ସମ୍ପତି ବ୍ୟାଜାପ୍ତି ନେଇ ଥିବା ୧୮୦ଦିନ ସମୟକୁ ବଢା ଯାଇପାରେ ବୋଲି ଜଣାପଡିଛି।

ଚିଟଫଣ୍ଡ ସମ୍ପର୍କିତ ଅପରାଧକୁ ଧର୍ତ୍ତବ୍ୟ ଓ ଜାମିନବିହିନ ଅପରାଧ ବୋଲି ଧରାଯିବ। ଏଥିପାଇଁ ଆଇନର ଧାରା ୧୫ର ଉପଧାରା ୧ ଓ ୨ରେ ଶଂଶୋଧନ ଅଣାଯିବ। କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁସାରେ ମହାରାଷ୍ଟ୍ର ଢାଞ୍ଚାରେ ଏହି ଆଇନରେ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି। ଗତ ୮ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁସାରେ ଆଇନରେ ସଂଶୋଧନ ପରେ ହିଁ କର୍ପସ ଫଣ୍ଡ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ। ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ସରକାର ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି।

Related story