ମୁହଁ ଖୋଲୁନାହାନ୍ତି ଅତନୁ ଓ ଅରୁଣ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚିଟ୍‌ଫଣ୍ଡ ଲିଙ୍କ୍ ନେଇ ଅତନୁ ଓ ଅରୁଣଙ୍କୁ ପୁଣି ନୋଟିସ୍ କରିବ ସିବିଆଇ।  ଦୁଇ ବିଜେଡି ବିଧାୟକ ପୂର୍ବ ନୋଟିସ୍ ମୁତାବକ ବ୍ୟକ୍ତିଗତ ଭାବେ ହାଜର ହୋଇନଥିବାରୁ ପୁଣି ଥରେ ନୋଟିସ୍ କରାଯିବା ନେଇ ସିବିଆଇ ବରିଷ୍ଠ ଅଧିକାରୀ ଓଟିଭିକୁ ସୂଚନା ଦେଇଛନ୍ତି। ଏଣେ ଚିଟଫଣ୍ଡ ମାମଲାରେ ସିବିଆଇ ହଠାତ୍ ସକ୍ରିୟ ହେବା ପଛରେ ରାହୁଲଙ୍କ ରିମୋଟ୍ କଣ୍ଟ୍ରୋଲ ଉପାଖ୍ୟାନର ପ୍ରଭାବ ଥିବା କଂଗ୍ରେସ ଦାବି କରିଛି।  ସେପଟେ ନେତାଙ୍କୁ ପୋଲିସ ଓ ସିବିଆଇ ସମନ […]

976

976

Tapas Behera
  • Published: Thursday, 31 January 2019
  • Updated: 31 January 2019, 09:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚିଟ୍‌ଫଣ୍ଡ ଲିଙ୍କ୍ ନେଇ ଅତନୁ ଓ ଅରୁଣଙ୍କୁ ପୁଣି ନୋଟିସ୍ କରିବ ସିବିଆଇ।  ଦୁଇ ବିଜେଡି ବିଧାୟକ ପୂର୍ବ ନୋଟିସ୍ ମୁତାବକ ବ୍ୟକ୍ତିଗତ ଭାବେ ହାଜର ହୋଇନଥିବାରୁ ପୁଣି ଥରେ ନୋଟିସ୍ କରାଯିବା ନେଇ ସିବିଆଇ ବରିଷ୍ଠ ଅଧିକାରୀ ଓଟିଭିକୁ ସୂଚନା ଦେଇଛନ୍ତି। ଏଣେ ଚିଟଫଣ୍ଡ ମାମଲାରେ ସିବିଆଇ ହଠାତ୍ ସକ୍ରିୟ ହେବା ପଛରେ ରାହୁଲଙ୍କ ରିମୋଟ୍ କଣ୍ଟ୍ରୋଲ ଉପାଖ୍ୟାନର ପ୍ରଭାବ ଥିବା କଂଗ୍ରେସ ଦାବି କରିଛି।  ସେପଟେ ନେତାଙ୍କୁ ପୋଲିସ ଓ ସିବିଆଇ ସମନ ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ଆରୋପ ପ୍ରତ୍ୟାରୋପ ଜାରି ରହିଛି।

ଅଡ଼ୁଆରେ ବିଜେଡିର ଦୁଇ ପାଓ୍ୱରଫୁଲ୍ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁ । ବ୍ୟକ୍ତିଗତ ଭାବେ ହାଜର ହେବାକୁ ସିବିଆଇ ନୋଟିସ୍ କରିବା ପରେ ବି ହାଜର ହେଲେନି ଏହି ଦୁଇ ବିଧାୟକ।୨୮ ତାରିଖରେ ଅରୁଣ ଓ ୩୦ ତାରିଖରେ ଅତନୁଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା।  ହେଲେ ଉଭୟ ଆସିଲେ ନାହିଁ । ଏବେ ପୁଣି ଥରେ ସିବିଆଇ ଉଭୟଙ୍କୁ ନୋଟିସ୍ କରିବାକୁ ଯାଉଛି।

ତେବେ ସିସୋର ଚିଟଫଣ୍ଡ ସଂସ୍ଥା ସହ ଅରୁଣ ଓ ଅତନୁଙ୍କର କି ସଂପର୍କ ଥିଲା ତାକୁ ନେଇ ଉଠିଛି ପ୍ରଶ୍ନ।  ସି-ସୋର ସହିତ ଏମାନଙ୍କର ସିଧାସଳଖ ବ୍ୟାବସାୟିକ ସଂପର୍କ ଥିଲା ନା ସଂସ୍ଥାକୁ ସରକାରୀ ଅନୁକମ୍ପା ଯୋଗାଇ ଦେବାରେ ଏମାନେ ମାଧ୍ୟମ ପାଲଟିଥିଲେ ତାକୁ ନେଇ ଚର୍ଚ୍ଚା ଚାଲିଛି। ସିସୋର ମାମଲାରେ ପୂର୍ବତନ ସାଂସଦ ପ୍ୟାରୀ ପ୍ୟାରିମୋହନ ମହାପାତ୍ରଙ୍କୁ ବି ସିବିଆଇ ଜେରା କରିଥିଲା। ପ୍ୟାରୀ ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିବା ବେଳେ ଅତନୁ ଓ ଅରୁଣ ତାଙ୍କ ପାଖ ଲୋକ ଥିଲେ। ଆଉ ସେଇ ସମୟରେ ସିସୋର ଏହାର ବେଆଇନ କାରବାର କାୟାବିସ୍ତାର କରିଥିଲା। ତେଣୁ ଅତନୁ ଓ ଅରୁଣଙ୍କ ଭୂମିକା  ସନ୍ଦେହ ଘେରକୁ ଆସିଛି। ତେବେ ସିବିଆଇ ନୋଟିସ୍ ନେଇ ଉଭୟ ବିଧାୟକ ଏଯାଏଁ ମୁହଁ ଖୋଲିନାହାନ୍ତି।

ସେପଟେ ବିଜେଡି ବିଧାୟକଙ୍କୁ ସିବିଆଇ ଓ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ବିଜେପି ନେତାଙ୍କୁ ପୁଲିସର ସମନକୁ ନେଇ ଦୁଇ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ କଳିରେ ଏଣ୍ଟ୍ରି ମାରିଛି କଂଗ୍ରେସ । ରାହୁଲଙ୍କ ରିମୋଟ୍ କଣ୍ଟ୍ରୋଲ ଉପାଖ୍ୟାନର ଏହା ସାଇଡ୍ ଇଫେକ୍ଟ ବୋଲି ଦଳ କହିଛି ।

ସେପଟେ ମହାକାଳପଡ଼ାରେ କଂଗ୍ରେସ ପକ୍ଷରୁ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି କୁଶପୁତ୍ତଳିକା ଦାହ କରିଛି। ସ୍ଥାନୀୟ ଶିଳିପୁର ସ୍ଥିତ ୫ ନମ୍ବର ଜାତୀୟ ରାଜପଥ ନିକଟରେ କଂଗ୍ରେସ କର୍ମୀମାନେ କୁଶପୁତ୍ତଳିକା ଦାହ କରିବା ସହ ଉଭୟଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ। ସେହିପରି ନୟାଗଡ଼ରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ ମୁଖ୍ୟ ଛକରେ ଅରୁଣ ସାହୁଙ୍କ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos