ଚିଟଫଣ୍ଡ୍ ଠକେଇ: ଆସ୍ଥା ଇଣ୍ଟରନ୍ୟାସନାଲର ସଂପତ୍ତି ବିକ୍ରି ହେବ

କଟକ: ଚିଟଫଣ୍ଡ୍ ସଂସ୍ଥା ଆସ୍ଥା ଇଣ୍ଟରନ୍ୟାସନାଲର ପ୍ରାୟ ୭ କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ବିକ୍ରି କରିବାକୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତି ମଧ୍ୟରେ ସଂସ୍ଥା ନାମରେ ଥିବା ଭୁବନେଶ୍ୱରର ଏକ କୋଠା, ଓଡିଶା ଏବଂ ପଶ୍ଚିମବଙ୍ଗରେ ଥିବା ପ୍ରାୟ ୪୩ ଏକର ଜମି, ବିଭିନ୍ନ ବ୍ୟାଙ୍କରେ ଥିବା ଟଙ୍କ। ଏବଂ ଏକ ମର୍ସିଡିଜ୍ କାର ରହିଛି। କଟକର ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ତଥା କଟକ ଏଡିଏମଙ୍କ ଆବେଦନର […]

astha

Rakesh Mallick
  • Published: Wednesday, 23 September 2015
  • , Updated: 24 September 2015, 02:05 AM IST

କଟକ: ଚିଟଫଣ୍ଡ୍ ସଂସ୍ଥା ଆସ୍ଥା ଇଣ୍ଟରନ୍ୟାସନାଲର ପ୍ରାୟ ୭ କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ବିକ୍ରି କରିବାକୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତି ମଧ୍ୟରେ ସଂସ୍ଥା ନାମରେ ଥିବା ଭୁବନେଶ୍ୱରର ଏକ କୋଠା, ଓଡିଶା ଏବଂ ପଶ୍ଚିମବଙ୍ଗରେ ଥିବା ପ୍ରାୟ ୪୩ ଏକର ଜମି, ବିଭିନ୍ନ ବ୍ୟାଙ୍କରେ ଥିବା ଟଙ୍କ। ଏବଂ ଏକ ମର୍ସିଡିଜ୍ କାର ରହିଛି। କଟକର ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ତଥା କଟକ ଏଡିଏମଙ୍କ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ସମ୍ପତ୍ତି କ୍ରାଇମବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଜବତ କରାଯାଇଛି। ଜବତ ସମ୍ପତ୍ତିକୁ ପବ୍ଲିକ ଅକସନ୍ ଜରିଆରେ ବିକ୍ରି କରି ଜମାକାରୀଙ୍କୁ ଫେରସ୍ତ ଦେବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଚିଟଫଣ୍ଡ୍ ସଂସ୍ଥା ରୋଜଭ୍ୟାଲି ଏବଂ ସାଫେକ୍ସ ଇନଫ୍ରାର ସମ୍ପତ୍ତି ବିକ୍ରି କରିବାକୁ କଟକର ଏହି ସ୍ୱତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

Related story