ମା’ ମଙ୍ଗଳା ଚିଟ୍‌ଫଣ୍ଡର ଦୁଇ ନିର୍ଦ୍ଦେଶକଙ୍କୁ ଜେଲ୍‌ ଦଣ୍ଡାଦେଶ

ଭୁବନେଶ୍ୱର: ମା’ ମଙ୍ଗଳା ସେଭିଂସ୍‌ ଆଣ୍ଡ କ୍ରେଡିଟ୍ ଚିଟ୍‌ଫଣ୍ଡ୍‌ ସଂସ୍ଥାର ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଆଜି ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ସିଜେଏମ୍ କୋର୍ଟ। ଏହି ଦୁଇ ନିର୍ଦ୍ଦେଶକ ହେଲେ ବିନାୟକ ମିଶ୍ର ଓ ଗୀତାଞ୍ଜଳି ପାଣିଗ୍ରାହୀ। ବିନାୟକଙ୍କୁ କୋର୍ଟ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଗୀତାଞ୍ଜଳିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫୦,୦୦୦ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ୧୨ କୋଟି […]

chitfund

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 08:42 PM IST

ଭୁବନେଶ୍ୱର: ମା’ ମଙ୍ଗଳା ସେଭିଂସ୍‌ ଆଣ୍ଡ କ୍ରେଡିଟ୍ ଚିଟ୍‌ଫଣ୍ଡ୍‌ ସଂସ୍ଥାର ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଆଜି ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ସିଜେଏମ୍ କୋର୍ଟ। ଏହି ଦୁଇ ନିର୍ଦ୍ଦେଶକ ହେଲେ ବିନାୟକ ମିଶ୍ର ଓ ଗୀତାଞ୍ଜଳି ପାଣିଗ୍ରାହୀ। ବିନାୟକଙ୍କୁ କୋର୍ଟ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଗୀତାଞ୍ଜଳିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫୦,୦୦୦ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି।

୧୨ କୋଟି ଟଙ୍କା ଠକେଇ ଅଭିଯୋଗରେ ଉଭୟ ଗିରଫ ହୋଇ ୨୦୧୩ରୁ ଜେଲ୍‌ରେ ଅଛନ୍ତି।

Related story