ଚିଟଫଣ୍ଡ୍ ଠକେଇ: ମାସେ ଦୁଇ ମାସ ମଧ୍ୟରେ ଆରମ୍ଭ ହେବ ଜମାକାରୀ ଚିହ୍ନଟ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଚିଟଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ ମଦମମୋହନ ଦାସ କମିଶନ କହିଛନ୍ତି ଯେ ମାସେ ଦୁଇମାସ ଭିତରେ ଜମାକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। କମିଶନରେ ଦାଖଲ ହୋଇଥିବା ଆଫିଡେଭିଟ୍ ମଧ୍ୟରୁ ୮ ଲକ୍ଷର ଯାଞ୍ଚ ସରିଛି। ସେଥିରୁ ୪ ଲକ୍ଷ ୧୩ ହଜାର ଆଫିଡେଭିଟର ସ୍କାନିଂ ପରେ ଡାଟା ଏଣ୍ଟ୍ରି ଚାଲିଛି। ଏହାପରେ  ଜମାକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ସ୍ୱଳ୍ପ ଜମାକାରୀଙ୍କୁ ଅର୍ଥ ଫେରାଇବା ଲାଗି ବ୍ୟବସ୍ଥା ହୋଇଛି। ତେବେ […]

mmdas

Rakesh Mallick
  • Published: Wednesday, 10 June 2015
  • , Updated: 10 June 2015, 02:02 PM IST

ଭୁବନେଶ୍ୱର: ରାଜ୍ୟରେ ଚିଟଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ ମଦମମୋହନ ଦାସ କମିଶନ କହିଛନ୍ତି ଯେ ମାସେ ଦୁଇମାସ ଭିତରେ ଜମାକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। କମିଶନରେ ଦାଖଲ ହୋଇଥିବା ଆଫିଡେଭିଟ୍ ମଧ୍ୟରୁ ୮ ଲକ୍ଷର ଯାଞ୍ଚ ସରିଛି। ସେଥିରୁ ୪ ଲକ୍ଷ ୧୩ ହଜାର ଆଫିଡେଭିଟର ସ୍କାନିଂ ପରେ ଡାଟା ଏଣ୍ଟ୍ରି ଚାଲିଛି। ଏହାପରେ  ଜମାକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ସ୍ୱଳ୍ପ ଜମାକାରୀଙ୍କୁ ଅର୍ଥ ଫେରାଇବା ଲାଗି ବ୍ୟବସ୍ଥା ହୋଇଛି। ତେବେ କମିଶନ ପ୍ରଥମ ପର୍ଯ୍ୟାୟରେ ପାଇଥିବା ଆଫିଡେଭିଟ୍ ମଧ୍ୟରେ ସ୍ୱଳ୍ପ ଜମାକାରୀଙ୍କ ସଂଖ୍ୟା କମ୍ ଥିବାରୁ ଚିହ୍ନଟ ପ୍ରକ୍ରିୟା ବିଳମ୍ୱ ହେଉଥିବା ଜଷ୍ଟିସ ଦାସ କହିଛନ୍ତି।

Related story