ଚିଣ୍ଡଫଣ୍ଡ ଠକେଇ ମାମଲା:  ଦୁଇ ଖଣି କମ୍ପାନିକୁ ହାଇକୋର୍ଟରୁ ଆଶ୍ୱସ୍ତି

କଟକ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଥିବା ଦୁଇ ପ୍ରମୁଖ ଖଣି କମ୍ପାନି, ଇନ୍ଦ୍ରାଣୀ ପଟ୍ଟନାୟକ ଓ ତ୍ରିବେଣୀ ଆର୍ଥ ମୁଭର୍ସକୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ଇଡି ପକ୍ଷରୁ ଅଚଳ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡିକୁ ସଚଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫିକ୍ସଡ ଡିପୋଜିଟ୍ ଏକାଉଣ୍ଟଗୁଡ଼ିକୁ ଲିକ୍ୟୁଡେଟ୍ କରାଯାଇପାରିବ ନାହିଁ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି। ସେଗୁଡିକୁ ବ୍ୟାଙ୍କ ଗ୍ୟାରେଣ୍ଟି ଭାବେ ଗ୍ରହଣ କରାଯିବ। ଅନ୍ୟପଟେ ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ […]

Odisha-High-Court-

Rakesh Mallick
  • Published: Tuesday, 28 July 2015
  • , Updated: 28 July 2015, 04:19 AM IST

କଟକ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଥିବା ଦୁଇ ପ୍ରମୁଖ ଖଣି କମ୍ପାନି, ଇନ୍ଦ୍ରାଣୀ ପଟ୍ଟନାୟକ ଓ ତ୍ରିବେଣୀ ଆର୍ଥ ମୁଭର୍ସକୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ଇଡି ପକ୍ଷରୁ ଅଚଳ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡିକୁ ସଚଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫିକ୍ସଡ ଡିପୋଜିଟ୍ ଏକାଉଣ୍ଟଗୁଡ଼ିକୁ ଲିକ୍ୟୁଡେଟ୍ କରାଯାଇପାରିବ ନାହିଁ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି। ସେଗୁଡିକୁ ବ୍ୟାଙ୍କ ଗ୍ୟାରେଣ୍ଟି ଭାବେ ଗ୍ରହଣ କରାଯିବ। ଅନ୍ୟପଟେ ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଇଡିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ତଦନ୍ତ ଶୀଘ୍ର କରିବାକୁ କୋର୍ଟ କହିବା ସହ ତିନି ମାସ ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।ଇଡିର ରେଡକୁ ବିରୋଧ କରି ଏକାଧିକ ଖଣି ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନଗୁଡିକର ଶୁଣାଣି କରି କୋର୍ଟ ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଗତ ୯ ତାରିଖରେ ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ ପକ୍ଷରୁ ତ୍ରିବେଣୀ, ଇନ୍ଦ୍ରାଣୀ ପଟ୍ଟନାୟକ, ସିରାଜୁଦ୍ଦିନ ଭଳି ବିନ୍ନ ଖଣି ସଂସ୍ଥା ଉପରେ ରେଡ୍ କରାଯାଇଥିଲା

Related story