ଚିଟଫଣ୍ଡ ଠକେଇ: ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଚିଟଫଣ୍ଡ ଠକେଇର ଶିକାର ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ଆରମ୍ଭ ହେବ ପ୍ରକ୍ରିୟା। ଜମାକାରୀଙ୍କ ସ୍ୱାର୍ଥରକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ୫ଟି ଜିଲ୍ଲାର ଏଡିଏମଙ୍କୁ ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଅର୍ଥ ଏବଂ ଆଇନ ବିଭାଗ ମିଳିତ ଭାବେ ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କିଛି ମାମଲାରେ କମ୍ପାନୀର ସମ୍ପତ୍ତି ଆଟାଚ୍ କାମ୍ […]

gc pati

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 03:17 PM IST

ଭୁବନେଶ୍ୱର: ରାଜ୍ୟରେ ଚିଟଫଣ୍ଡ ଠକେଇର ଶିକାର ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ଆରମ୍ଭ ହେବ ପ୍ରକ୍ରିୟା। ଜମାକାରୀଙ୍କ ସ୍ୱାର୍ଥରକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ୫ଟି ଜିଲ୍ଲାର ଏଡିଏମଙ୍କୁ ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଅର୍ଥ ଏବଂ ଆଇନ ବିଭାଗ ମିଳିତ ଭାବେ ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କିଛି ମାମଲାରେ କମ୍ପାନୀର ସମ୍ପତ୍ତି ଆଟାଚ୍ କାମ୍ ତ୍ୱାରନ୍ୱିତ କରିବା ଏବଂ ମାମଲାଗୁଡ଼ିକୁ କୋର୍ଟଙ୍କ ନଜରକୁ ଆଣିବା ପାଇଁ ଏଡିଏମ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିଟଫଣ୍ଡ ଠକେଇ ଘଟଣାରେ ଏବେ ସୁଦ୍ଧା ମୋଟ ୧୭ଟି କମ୍ପାନୀର ୧୯ଟି ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି। ୧୭ଟି କମ୍ପାନୀର ୧୪୪ କୋଟି ଟଙ୍କା ଏବଂ ୧୬୦ ଏକରରୁ ଅଧିକ ଜମି ବାଜ୍ୟାପ୍ତ କରାଯାଇଛି। ରୋଜଭାଲି ଓ ସାଫେକ୍ସ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି ପରେ ଡେଜିଗନେଟେଡ କୋର୍ଟ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ବୈଠକରେ ଆଇନ ସଚିବ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ଅର୍ଥ ବିଭାଗ ବିଭାଗର ଅତିରିକ୍ତ ସିଚିବ, ପୋଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ଏଡିଜି ପ୍ରମୁଖ ଯୋଗ ଦେଇଥିଲେ। ଏପଟେ ଜମା ରାଶି ଫେରସ୍ତ ଦାବିରେ ତହସିଲ ସ୍ତରରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କ୍ଷତିଗ୍ରସ୍ତ ଜମାକରୀ।

Related story