ଚୋରି ବାଇକ ଜବତ, ଅଭିଯୁକ୍ତ ଗିରଫ

ଘୁ.ଉଦୟଗିରି: ଏକ ବାଇକ ଚୋରି ମାମଲାରେ ଆଜି ଘୁ.ଉଦୟଗିରି ଥାନା ପୋଲିସ ଚିତ୍ତରଞ୍ଜନ ପ୍ରଧାନ ଓରଫ ଗୁନିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ତାଙ୍କ ନିକଟରୁ ପୋଲିସ ଚୋରି ବାଇକ ଜବତ କରିଛି । ତଦନ୍ତ ବେଳେ ଗୁନିଆ ନାମରେ ଭୁବନେଶ୍ୱର, ଓଡଗାଁ ସହ ବିଭିନ୍ନ ଥାନାରେ ଚୋରି ମାମଲା ଥିବା ପୋଲିସ ଜାଣିବାକୁ ପାଇଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଗୁନିଆ ବାଲିଗୁଡା ଗାଁର ସନତନ ମଲ୍ଲିକଙ୍କ ଘରକୁ ଯାଇତିଲେ । ଦିନ […]

ghu.udayagiri

ghu.udayagiri

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 04:56 PM IST

Sports

Latest News

ଘୁ.ଉଦୟଗିରି: ଏକ ବାଇକ ଚୋରି ମାମଲାରେ ଆଜି ଘୁ.ଉଦୟଗିରି ଥାନା ପୋଲିସ ଚିତ୍ତରଞ୍ଜନ ପ୍ରଧାନ ଓରଫ ଗୁନିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ତାଙ୍କ ନିକଟରୁ ପୋଲିସ ଚୋରି ବାଇକ ଜବତ କରିଛି । ତଦନ୍ତ ବେଳେ ଗୁନିଆ ନାମରେ ଭୁବନେଶ୍ୱର, ଓଡଗାଁ ସହ ବିଭିନ୍ନ ଥାନାରେ ଚୋରି ମାମଲା ଥିବା ପୋଲିସ ଜାଣିବାକୁ ପାଇଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଗୁନିଆ ବାଲିଗୁଡା ଗାଁର ସନତନ ମଲ୍ଲିକଙ୍କ ଘରକୁ ଯାଇତିଲେ । ଦିନ ତମାମ ଉଭୟ ବୁଲାବୁଲି କରିବା ସହ ରାତିରେ ଖାଇପିଇ ଶୋଇଥିଲେ । ତେବେ ରାତି ପ୍ରାୟ ୩ଟାରେ ଗୁନିଆ ସନାତନଙ୍କ ବାଇକ (ନଂ. ଓଆର୦୨ବିଜେଡ୪୦୨୩) ନେଇ ଫେରାର ହୋଇଯାଇଥିଲେ । ନିଦରୁ ଉଠି ସନାତନ ଗୁନିଆ ତାଙ୍କ ବାଇକ ନେଇ ଫେରାର ହୋଇଯାଇଥିବା ଜାଣି ଥାନାକୁ ଜଣାଇଥିଲେ । ଖବର ପାଇ ଘୁ.ଉଦୟଗିରି ଥାନା ପୋଲିସ କଳିଙ୍ଗା ଛକରେ ପହଞ୍ଚି ଗୁନିଆକୁ ଗିରଫ କରିବା ସହ ଚୋରି ବାଇକ ଜବତ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos