ଯୁକ୍ତଦୁଇ ବିଯୁକ୍ତ ବିଶ୍ୱାସ

ଭୁବନେଶ୍ୱର: ଯୁକ୍ତଦୁଇ ଗଣିତ ପରୀକ୍ଷାରେ କେମିଷ୍ଟ୍ରୀ ପ୍ରଶ୍ନପତ୍ର ବାହାରିବା ପରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏହା ତ୍ରୁଟି ନା ଷଡଯନ୍ତ୍ରୀ। ଏପରି ତ୍ରୁଟି ପାଇଁ କିଏ ଦାୟି ଦାହାର ତନାଘନା ଆରମ୍ଭ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ତ୍ୟୁଟି ଥିଲେ ପ୍ରେସ୍‌କୁ ବ୍ଲକ ଲିଷ୍ଟ କରାଯିବ ବୋଲି ଗଣଶିକ୍ଷା […]

chse

Rakesh Mallick
  • Published: Wednesday, 15 March 2017
  • , Updated: 15 March 2017, 10:03 PM IST

ଭୁବନେଶ୍ୱର: ଯୁକ୍ତଦୁଇ ଗଣିତ ପରୀକ୍ଷାରେ କେମିଷ୍ଟ୍ରୀ ପ୍ରଶ୍ନପତ୍ର ବାହାରିବା ପରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏହା ତ୍ରୁଟି ନା ଷଡଯନ୍ତ୍ରୀ। ଏପରି ତ୍ରୁଟି ପାଇଁ କିଏ ଦାୟି ଦାହାର ତନାଘନା ଆରମ୍ଭ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ତ୍ୟୁଟି ଥିଲେ ପ୍ରେସ୍‌କୁ ବ୍ଲକ ଲିଷ୍ଟ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସ୍କୁଲ ଓ ଗଣଶିକ୍ଷା ବିଭାଗରୁ ନିର୍ଦ୍ଦେଶ ଆସିବା ପରେ ଏବେ ପ୍ରଶ୍ନପତ୍ର ଛାପିଥିବା ପ୍ରେସ୍‌କୁ ଯାଇ ସିଏଚ୍‌ଏସ୍‌ଇ ତଦନ୍ତ କରିବ ବୋଲି ଜଣାପଡିଛି। ପ୍ରଶ୍ନପତ୍ର ପ୍ୟାକିଂ କରାଯିବା ବେଳେ କେଉଁମାନେ ଦାୟିତ୍ୱରେ ଥିଲେ। ଗୋଟିଏ ସ୍ଥାନରେ ପ୍ରଶ୍ନପତ୍ର ପ୍ୟାକିଂ ହୋଇଥିଲା ଅଲଗା ଅଲଗା କରାଯାଇଥିଲା ତାହା ମଧ୍ୟ ତଦନ୍ତ ହେବ।

ପ୍ରଶ୍ନପତ୍ର ବିଭ୍ରାଟ ପରେ କେମିଷ୍ଟ୍ରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୧୬ ତାରିଖରେ ହେବାକୁ ଥିବା କେମିଷ୍ଟ୍ରୀ ପରୀକ୍ଷା ୩୦ ତାରିଖ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ହେବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଦେବୀ ମିଶ୍ର।

ସେ କହିଛନ୍ତି,“ରାଜ୍ୟର ୧୪ଟି କଲେଜରେ ଗଣିତ ବଦଳରେ କେମିଷ୍ଟ୍ରୀ ପ୍ରଶ୍ନପତ୍ର ବାହାରିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ତେବେ ପ୍ରଶ୍ନପତ୍ର ପଠାଉଥିବା ସଂସ୍ଥାର ତ୍ରୁଟି ଯୋଗୁଁ ଏଭଳି ହୋଇଥିଲା।”

ଯୁକ୍ତ ଦୁଇ ବିଜ୍ଞାନ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାର ତଦନ୍ତ କରାଯିବ। କେମିତି ପଶ୍ନପତ୍ରରେ ବିଭ୍ରାଟ ତାହାର ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ପରୀକ୍ଷା ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି।

ସେ  ଆହୁରି କହିଛନ୍ତି,“ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାର ପ୍ରଶ୍ନ ରାଜ୍ୟ ବାହାରେ ପ୍ରିଣ୍ଟ ହେଉଛି। ପ୍ରେସର ତ୍ରୁଟି ଯୋଗୁଁ ଏପରି ଘଟିଛି। ସେଥିପାଇଁ ଉକ୍ତ ପ୍ରେସକୁ କଳା ତାଲିକାଭୁକ୍ତ କରାଯିବ।”

ଗଣିତ ବଦଳରେ ରସାୟନ ପ୍ରଶ୍ନପତ୍ର ବାହାରିବା ପରେ ଗତକାଲି ପରୀକ୍ଷା ପରିଚାଳନା କମିଟିର ଜରୁରି ବୈଠକ ବସିଥିଲା। ବୈଠକରେ ପରୀକ୍ଷା ତାରିଖ ପରିବର୍ତ୍ତନକୁ କମିଟି ଅନୁମୋଦନ କରିଥିଲା।

ଗତକାଲି ଥିଲା ଗଣିତ ପରୀକ୍ଷା। ମାତ୍ର ହଲରେ ପ୍ୟାକେଟ୍‌ ଖୋଲିଲା ବେଳେ କେମିଷ୍ଟ୍ରୀ ପ୍ରଶ୍ନପତ୍ର ବାହାରିଥିଲା। ଏପରି ଘଟଣା ରାଜ୍ୟର ପ୍ରାୟ ୧୪ଟି କଲେଜରେ ଘଟିଥିଲା। ପରେ ପ୍ରଶ୍ନପତ୍ର ଜେରେକ୍ସ କରାଯାଇ ବିଳମ୍ୱରେ ପରୀକ୍ଷା ଆରମ୍ଭ କରାଯାଇଥିଲା।

Related story