ଡରିଗଲେ କି ? ଛାତ୍ରଛାତ୍ରୀଙ୍କ ବିରୋଧ ପରେ ପଛକୁ ହଟିଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଶେଷରେ ପଛକୁ ହଟିଲେ ସରକାର। ବିରୋଧ ପରେ ନିଜ ଆଭିମୁଖ୍ୟ ବଦଳାଇଛନ୍ତି ସରକାର। ଏବର୍ଷ ଲାଗୁ ହେବନି +୨ ପ୍ରଥମ ବର୍ଷ ପାସ୍ ଫେଲ୍ କଟକଣା। ପ୍ରଥମ ବର୍ଷରେ ୩୩% ମାର୍କ ବାଧ୍ୟତାମୂଳକ ଲାଗୁ ହେବନି। ଦ୍ୱିତୀୟ ବର୍ଷକୁ ଯିବାକୁ ହେଲେ ୭୫% ଉପସ୍ଥାନ ବି ଲାଗୁ ହେବନି। ଏହି ନିୟମକୁ ଆସନ୍ତା ବର୍ଷ ଲାଗୁ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।  +୨ ପ୍ରଥମ ବର୍ଷରେ ୩୩% ମାର୍କକୁ କଡ଼ା ବିରୋଧ […]

b-909

Tapas Behera
  • Published: Thursday, 30 January 2020
  • , Updated: 30 January 2020, 04:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଶେଷରେ ପଛକୁ ହଟିଲେ ସରକାର। ବିରୋଧ ପରେ ନିଜ ଆଭିମୁଖ୍ୟ ବଦଳାଇଛନ୍ତି ସରକାର। ଏବର୍ଷ ଲାଗୁ ହେବନି +୨ ପ୍ରଥମ ବର୍ଷ ପାସ୍ ଫେଲ୍ କଟକଣା। ପ୍ରଥମ ବର୍ଷରେ ୩୩% ମାର୍କ ବାଧ୍ୟତାମୂଳକ ଲାଗୁ ହେବନି। ଦ୍ୱିତୀୟ ବର୍ଷକୁ ଯିବାକୁ ହେଲେ ୭୫% ଉପସ୍ଥାନ ବି ଲାଗୁ ହେବନି। ଏହି ନିୟମକୁ

ଆସନ୍ତା ବର୍ଷ ଲାଗୁ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।  +୨ ପ୍ରଥମ ବର୍ଷରେ ୩୩% ମାର୍କକୁ କଡ଼ା ବିରୋଧ ହୋଇଥିଲା। ସାରା ରାଜ୍ୟରେ ଛାତ୍ରଛାତ୍ରୀମାନେ ଏହାକୁ କଡ଼ା ବିରୋଧ କରିଥିଲେ। ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ  ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଥିଲା। ଏଥିପାଇଁ ପ୍ରଥମ ବର୍ଷ ପରୀକ୍ଷାରେ ପାସ ହେଲେ ଦ୍ୱିତୀୟ ବର୍ଷକୁ ଉନ୍ନତି ପାଇଁ ବିଚାର କରାଯାଉଥିଲା। ତେବେ ଏହାକୁ ନେଇ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ବିରୋଧ ଉଠିଥିଲା।

ଛାତ୍ରଛାତ୍ରୀଙ୍କ ଯୁକ୍ତି ଥିଲା ଯେ, ଏ ବର୍ଷ ପରୀକ୍ଷା ପାଇଁ ଆଉ କମ୍‌ ସମୟ ମଧ୍ୟରେ ପ୍ରସ୍ତୁତି ହେବା ଅସମ୍ଭବ। ସରକାର ତରବରିଆ ଭାବେ ଏହି ନିୟମକୁ ଲାଗୁ କରିବା ପାଇଁ ଯୋଜନା କରୁଛନ୍ତି। ତେବେ ବିରୋଧକୁ ଦେଖି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହାର ପୁନର୍ବିଚାର କରାଯିବ ବୋଲି କହିଥିଲେ।

Related story