ଚିତ୍ରକୋଣ୍ଡା: କାନ୍ଥ ପଡ଼ି ୨ ସେବାଶ୍ରମ ଛାତ୍ରୀ ଗୁରୁତର

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଆଦିବାସୀ କଲ୍ୟାଣ ବିଭାଗ ସେବାଶ୍ରମର ଛାତ୍ରୀ ନିବାସରେ ଗାଧୁଆ ଘର କାନ୍ଥପଡ଼ି ମଙ୍ଗଳବାର ୨ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀଙ୍କ ନାଁ ଅନୁପା କାପେ ଏବଂ ଉଲ୍ଲାସୀ ସୁକ୍ରି। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଚିତ୍ରକୋଣ୍ଡା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ମାଲକାନଗିରି ସଦର ମହକୁମାକୁ ସ୍ଥାନାନ୍ତର କରାଯାଇଛି।  ଆଜି ସକାଳେ ଏହି ଦୁଇ ଛାତ୍ରୀ ସେବାଶ୍ରମରେ ଥିବା ଗାଧୁଆ ଘରେ ଗାଧୋଉଥିବା ସମୟରେ ହଠାତ୍ କାନ୍ଥଟି ପଡିଯାଇଥିଲା। […]

malkangiri

Rakesh Mallick
  • Published: Tuesday, 08 December 2015
  • , Updated: 08 December 2015, 11:24 AM IST

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଆଦିବାସୀ କଲ୍ୟାଣ ବିଭାଗ ସେବାଶ୍ରମର ଛାତ୍ରୀ ନିବାସରେ ଗାଧୁଆ ଘର କାନ୍ଥପଡ଼ି ମଙ୍ଗଳବାର ୨ଜଣ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀଙ୍କ ନାଁ ଅନୁପା କାପେ ଏବଂ ଉଲ୍ଲାସୀ ସୁକ୍ରି। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଚିତ୍ରକୋଣ୍ଡା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ମାଲକାନଗିରି ସଦର ମହକୁମାକୁ ସ୍ଥାନାନ୍ତର କରାଯାଇଛି।

 ଆଜି ସକାଳେ ଏହି ଦୁଇ ଛାତ୍ରୀ ସେବାଶ୍ରମରେ ଥିବା ଗାଧୁଆ ଘରେ ଗାଧୋଉଥିବା ସମୟରେ ହଠାତ୍ କାନ୍ଥଟି ପଡିଯାଇଥିଲା। କିଛିମାସ ହେବ ଗାଧୁଆ ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ଏ ସମ୍ପର୍କରେ ଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ ଏହାର ମରାମତି କରାଯାଇ ନ ଥିବା ଅଭିଯୋଗ କରିଛନ୍ତି।

Related story