ମାରପିଟ ହେଲେ: ୫ ଗାଡ଼ି ପୋଡ଼ିଲେ, ୨ ଭାଙ୍ଗିଲେ

Ordigital Desk
  • Published: Monday, 01 January 2018
  • , Updated: 01 January 2018, 07:08 PM IST
<p>ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ସାମନ୍ତରାପୁର ଓ ଉପରସାହି ମଧ୍ୟରେ ଏହି ଗଣ୍ଡଗୋଳରେ ଗୋଟିଏ ଗୋଷ୍ଠୀର ୫ଟି ବାଇକ୍ ପୋଡ଼ାଯିବା ସହ ଅନ୍ୟ ଗୋଷ୍ଠୀର ଗୋଟିଏ କାର୍ ଓ ଗୋଟିଏ ମିନିଟ୍ରକ୍ ଭଙ୍ଗାରୁଜା ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।</p> <p>ସୂଚନା ଅନୁସାରେ ଗତରାତିରେ ଶାଗୁଆନ୍ ବଗିଚାରେ ଜଣଙ୍କ ଘର ଆଗରେ ଥିବା ଗୋଟିଏ ଗୋଷ୍ଠୀର କାର୍ ଓ ମିନିଟକୁ ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ ସିସିଟିଭି କ୍ୟାମେରା ନଷ୍ଟ କରି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନଙ୍କ ୫ଟି ବାଇକ୍&zwnj;କୁ ଅନ୍ୟ ଗୋଷ୍ଠୀର ଲୋକେ ପୋଡ଼ି ଦେଇଥିଲେ।</p> <p>ସଂଘର୍ଷରେ ୩ଜଣ ଆହତ ହୋଇଥିବା ବେଳେ ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୋଲିସ ପ୍ରାୟ ୩୦ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।</p>

Related story