କନ୍ୟାଶ୍ରମରେ ଛାତ୍ରୀଙ୍କ ମୃତ୍ୟୁ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନାମରେ ଥାନାରେ ମମଲା

ବାରିପଦା(ମାଣିକ ଲାଲ୍‌ ପାଣି): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ମଣିଦା କନ୍ୟାଶ୍ରମରେ ଅଘଟଣ। ଆଶ୍ରମରେ ରହି ପାଠ ପଢୁଥିବା ଜଣେ ୮ମ ଶ୍ରେଣୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ବବିତା ପାତ୍ର। ଗତକାଲି ବବିତା କିଛି ଖାଇବା ପରେ ହଠାତ୍‌ ବାନ୍ତି କରିଥିଲା। ସେ ଅସୁସ୍ଥ ହୋଇ ପଡିବାରୁ ସନ୍ଧ୍ୟାରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ନ ଆସିବାରୁ ତାଙ୍କୁ ବାରିପଦା ମୁଖ୍ୟ […]

f

f

Jitendra Garnayak
  • Published: Tuesday, 05 March 2019
  • Updated: 05 March 2019, 04:53 PM IST

Sports

Latest News

ବାରିପଦା(ମାଣିକ ଲାଲ୍‌ ପାଣି): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ମଣିଦା କନ୍ୟାଶ୍ରମରେ ଅଘଟଣ। ଆଶ୍ରମରେ ରହି ପାଠ ପଢୁଥିବା ଜଣେ ୮ମ ଶ୍ରେଣୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ବବିତା ପାତ୍ର।

ଗତକାଲି ବବିତା କିଛି ଖାଇବା ପରେ ହଠାତ୍‌ ବାନ୍ତି କରିଥିଲା। ସେ ଅସୁସ୍ଥ ହୋଇ ପଡିବାରୁ ସନ୍ଧ୍ୟାରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ପରିବର୍ତ୍ତନ ନ ଆସିବାରୁ ତାଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ଛାତ୍ରୀ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍କୁଲ ଓ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀଙ୍କ ଅଭିଭାବକ ଓ କିଛି ସ୍ଥାନୀୟ ଲୋକେ ଡାକ୍ତରଖାନାରେ ପହଞ୍ଚି ହୋ-ହଲ୍ଲା କରିଥିଲେ। ଏପରିକି ଛାତ୍ରୀ ମୃତ୍ୟୁ ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟି ବୋଲି ମଧ୍ୟ କହିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ପାଇଁ ବବିତାଙ୍କ ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହୋଇଛି।

ମୃତ ଛାତ୍ରୀଙ୍କ କକା ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ପ୍ରଧାନଶିକ୍ଷକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ(WEO) ଏବଂ ଜିଲା ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗରେ ପକ୍ଷଭୁକ୍ତ କରାଯାଇଛି।

ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କାହାରି ମତାମତ ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos