ନୂଆ ମୋଟର ଆଇନ୍‌: ୩ ମାସ ଟେନ୍‌ସନ୍‌ ଫ୍ରି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଂଶୋଧିତ ମୋଟର ଯାନ ଆଇନକୁ  ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକାରୀ କରାଯିବା ପରେ ମାତ୍ରାଧିକ ଫାଇନ ଆଦାୟକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ୁଥିବା ତୀବ୍ର ଆକ୍ରୋଶକୁ ଦେଖି ସରକାର ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ଏହି ସଂଶୋଧିତ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଆସନ୍ତା ୩ମାସ ପର୍ଯ୍ୟନ୍ତ ଆବଶ୍ୟକ ଭିତ୍ତିଭୂମି ସୁଧାର ଓ ଲୋକଙ୍କୁ ଟ୍ରାଫିକ ଆଇନ ଉଲ୍ଲଘଂନର ପରିଣତି ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ […]

cm1

cm1

Tapas Behera
  • Published: Monday, 09 September 2019
  • Updated: 09 September 2019, 04:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଂଶୋଧିତ ମୋଟର ଯାନ ଆଇନକୁ  ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକାରୀ କରାଯିବା ପରେ ମାତ୍ରାଧିକ ଫାଇନ ଆଦାୟକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ୁଥିବା ତୀବ୍ର ଆକ୍ରୋଶକୁ ଦେଖି ସରକାର ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ଏହି ସଂଶୋଧିତ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଆସନ୍ତା ୩ମାସ ପର୍ଯ୍ୟନ୍ତ ଆବଶ୍ୟକ ଭିତ୍ତିଭୂମି ସୁଧାର ଓ ଲୋକଙ୍କୁ ଟ୍ରାଫିକ ଆଇନ ଉଲ୍ଲଘଂନର ପରିଣତି ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏନେଇ ପରିବହନ ବିଭାଗ ଓ ପୁଲିସ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ ଅନୁସାରେ ସଂଶୋଧିତ ମୋଟର ଯାନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ବିଶେଷକରି ଭୁବନେଶ୍ୱରରେ ଲୋକଙ୍କ ଆକ୍ରୋଶ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ଟ୍ରାଫିକ ଉଲ୍ଲଘଂନ କରୁଥିବା ଲୋକଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିବା ପରିବର୍ତ୍ତେ ସେମାନଙ୍କୁ  ସଂଶୋଧିତ ମୋଟର ଯାନର ପ୍ରାବଧାନ ସମ୍ପର୍କରେ ବୁଝାସୁଝା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାସହିତ ଲୋକଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ଅଧିକ ସଂଖ୍ୟକ କାଉଣ୍ଟର ଖୋଲିବା, ଆରଟିଓ କାର୍ଯ୍ୟାଳୟଗୁଡ଼ିକର ସେବା କେନ୍ଦ୍ରକୁ ଅଧିକ ସୁଦୃଢ଼ କରିବା, ସାବର୍ଜନୀନ ପ୍ରତିଷ୍ଠାନଗୁଡ଼ିକରେ ଶିବିର ଆୟୋଜନ କରି ମୋଟରଯାନ ବ୍ୟବହାରୀଙ୍କୁ ଆବଶ୍ୟକ ଦସ୍ତାବିଜ ଉପଲବ୍ଧ କରାଇବା ଦିଗରେ ସହଯୋଗ ନିମନ୍ତେ ପରିବହନ ବିଭାଗକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଲୋକଙ୍କୁ ସେମାନଙ୍କର ଗାଡ଼ି ଦସ୍ତାବିଜ ଅଥବା ସଂଶୋଧିତ ମୋଟରଯାନ ଆଇନ ଅନୁରୂପ ଦସ୍ତାବିଜ ପ୍ରସ୍ତୁତ ନିମନ୍ତେ ପର୍ଯ୍ୟାପ୍ତ ସମୟ ଦେବା ପାଇଁ ଆସନ୍ତା ୩ମାସ ପର୍ଯ୍ୟନ୍ତ କୋହଳ ଆଭିମୁଖ୍ୟ ପୋଷଣ କରିବାକୁ ଉଭୟ ପରିବହନ ଓ ପୁଲିସ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଫିକ ଆଇନକୁ ପାଳନ ଓ ବିପଦଜ୍ଜନକ ଗାଡ଼ିଚାଳନାରୁ ବିରତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ମୋଟର ଯାନ ବ୍ୟବହାରକାରୀଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos