ବଦଳିଗଲେ ସୌମ୍ୟ: କହିଲେ ମୁଖ୍ୟମନ୍ତ୍ରୀ ଟିକେ ଟିକେ ଓଡ଼ିଆ କହିଲେଣି, ସଚିବମାନେ ବି ବ୍ୟବହାର କରିବା ଦରକାର

Ordigital Desk
  • Published: Wednesday, 07 March 2018
  • , Updated: 07 March 2018, 07:25 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିଗଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ଭାଷା ଆନ୍ଦୋଳନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିବା ସହିତ ଓଡ଼ିଶା ଭାଷା ଶିଖାଇବାକୁ ପରାମର୍ଶ ଦେଇଥିଲେ ସୌମ୍ୟ। ଆଜି ଦିନ ୧୧ଟା ବେଳେ ବିଜେଡିରେ ମିଶିବା ପରେ ସ୍ୱର ବଦଳାଇଦେଲେ। ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ହେବା ପାଇଁ ମନୋନୀତ ହେବା ପରେ ସୌମ୍ୟରଞ୍ଜନ କହିଛନ୍ତି-&ldquo;ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝିପାରନ୍ତି। ଆଗ ଅପେକ୍ଷା ଟିକେଟିକେ ଓଡ଼ିଆ ଭାଷାରେ କହିଲେଣି। ଏପରିକି କହିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସଚିବମାନେ ଓଡ଼ିଆ ବ୍ୟବହାର କରିବା ଦରକାର। ସେମାନେ କାହିଁ ବ୍ୟବହାର କରିବେ ନାହିଁ?&rdquo;<br /> ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାତ୍ତିୟେନ୍&zwnj; ପାଣ୍ଡିଆନ୍&zwnj; ଓଡ଼ିଆ ଜାଣିବା ନେଇ ଏକ ପ୍ରଶ୍ନର ଉତ୍ତର ସୌମ୍ୟରଞ୍ଜନ କହିଛନ୍ତି-&ldquo;ପାଣ୍ଡିଆନ୍&zwnj; ବାବୁ ଓଡ଼ିଆ ଜାଣିଛନ୍ତି କି ନାହିଁ ଜାଣିନି। ସମସ୍ତେ ଓଡ଼ିଆ ଜାଣିବା ଦରକାର। ଆଜି ଓଡ଼ିଆ ସଚିବମାନେ ଓଡ଼ିଆ ଭାଷାରେ କଥା ହେଉନାହାଁନ୍ତି। ଏହି ବିଷୟରେ ଅଧିକ ତର୍ଜମା ହେବା ଦରକାର। ଆମେ ନିଜ ଘରେ ଓଡ଼ିଆ ବ୍ୟବହାର କରୁନାହୁଁ। ଅନ୍ୟକୁ ଆଙ୍ଗୁଠି ଦେବା ପୂର୍ବରୁ ପ୍ରଥମେ ପରଖିବା ଦରକାର ଆମେ କେତେ ଓଡ଼ିଆ ଭାଷା ବ୍ୟବହାର କରୁଛୁ? ଭୁବନେଶ୍ୱର ଓଡ଼ିଆ ଭାଷା ବେଶୀ ସଙ୍କଟରେ ପଡ଼ିଛି, ଗାଁରେ ନୁହେଁ।&rdquo;<br /> ସେ କହିଛନ୍ତି-&ldquo;ଦିଲ୍ଲୀରେ ଆମର ସ୍ୱର ତୀବ୍ର ହେଉନି। ଏମିତି ଧାରଣା ଆମର ରହିଛି। ଯାହାଫଳରେ ଓଡ଼ିଶାର ସ୍ୱାର୍ଥକୁ କେନ୍ଦ୍ର ସରକାର ଅବହେଳା କରୁଛି। ତେଣୁ ମୋ ସହିତ ଯାଉଥିବା ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ଓଡ଼ିଶାର ସ୍ୱରକୁ ତୀବ୍ର କରିବୁ। ଏଥିରେ କେବେହେଲେ ଅବହେଳା କରିବୁନାହିଁ। ଏତେଦିନ ଧରି ଓଡ଼ିଶାରେ ପାଟି କରୁଥିଲୁ ଏବେ ବାହାରେ ଯାଇ ପାଟି କରିବା।&rdquo;<br /> ଚାଷୀ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ସୌମ୍ୟରଞ୍ଜନ କଣ କହିଲେ ଶୁଣନ୍ତୁ।</p>

Related story