ବିଜେପୁରବାସୀଙ୍କୁ କ’ଣ ଉପହାର ଦେଲେ ନବୀନ: ପଢ଼ନ୍ତୁ

Ordigital Desk
  • Published: Monday, 12 March 2018
  • , Updated: 12 March 2018, 10:25 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଫୋକସରେ ପଶ୍ଟିମ ଓଡ଼ିଶା। ବିଜେପୁରରେ ବିପୁଳ ବିଜୟ ପରେ ୨୦୧୯ ପର୍ଯ୍ୟନ୍ତ ମାହୋଲ ବଜାୟ ରଖିବା ଲକ୍ଷ୍ୟରେ ଆଜି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି ଦଳ। ଗୋଟିଏ ପଟେ ଜୁହାର ଭେଟ ଆଳରେ ରାଜନୈତିକ ଜୁଆରକୁ ଆଗକୁ ନେବାକୁ ବିଜେଡି ପ୍ରୟାସ କରିଥିବା ବେଳେ ଅନ୍ୟପଟେ ବିଜୁ ଏକ୍ସପ୍ରେସ ୱେରର ବିକାଶର ଗାଡ଼ି ଗଡ଼ାଇ ପଶ୍ଚିମ ଓଡ଼ିଶାରେ ନିର୍ବାଚନୀ ଇସ୍ତାହାର ପୂରଣର ଚିତ୍ର ଆଙ୍କିଛନ୍ତି ବିଜେଡି ସୁପ୍ରିମୋ।</p> <p>ବିପୁଳ ବିଜୟ ପରେ ବିଜେପୁରରେ ବିଜେଡିର ପୁଣି ମେଗା ଶୋ। ଏଥର ବହିଥିଲା କୃତଜ୍ଞତା ଓ ଜୁହାରର ସୁଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଦେଇଥିବା ପ୍ରତିଟି ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ପୁଣି ଥରେ କଥା ଦେଇଥିଲେ। ଏହାଛଡ଼ା ମଞ୍ଚ ଉପରେ ବିଜେପୁର ପାଇଁ ୨୦ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଅଗଷ୍ଟ ୧୫ ସୁଦ୍ଧା ବିଜେପୁରର ବାକି ଜାଗାରେ ବିଜୁଳି ସଂଯୋଗ ଲାଗି କଥା ଦେଇଥିଲେ। ବିକାଶ କାମ ନିଜେ ତଦାରଖ କରିବେ ବୋଲି ନବୀନ ଦେଇଥିଲେ ଆଶ୍ୱାସନା। ବୁଣାକାରଙ୍କ ପାଇଁ ଜିଏସ୍&zwnj;ଟି ଛାଡ଼, ମହନଦୀ ଓ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବିରେ କେନ୍ଦ୍ର ବିରୋଧରେ ଦଳର ଆନ୍ଦୋଳନ ଜାରି ରହିବ ବୋଲି ଦୋହରାଇଥିଲେ ମୁଖ୍ୟମନ୍ତ୍ରୀ। ତାହା ସହିତ ବିଜେପୁର ଭୋଟ୍ ବେଳେ ହିଂସା କଥା ମନେପକେଇ ବିଜେପି ଉପରକୁ ପରୋକ୍ଷରେ ବାଣ ମାରିଥିଲେ।</p> <p>ବିଜେପୁର ଯିବା ପୂର୍ବରୁ ଝାରସୁଗୁଡ଼ାରେ ବିଜୁ ଏକ୍ସପ୍ରେସ ୱେର ଲୋକାପର୍ଣ କରିଥିଲେ ମୁଖ୍ୟମନ୍ତ୍ରୀ। ରାଉରକେଲରୁ ଝାରସୁଗୁଡ଼ା ଦେଇ ସମ୍ବଲପୁର ପର୍ଯ୍ୟନ୍ତ ଯାଇଥିବା ୧୬୩ କିଲୋମିଟର ବିଜୁ ଏକ୍ସପ୍ରେସ ୱେରର ଶୁଭାରମ୍ଭ ଅବସରରେ ଯୋଗ ଦେଇଥିଲେ କଂଗ୍ରେସ ବିଧାୟକ ନବକିଶୋର ଦାସଙ୍କ ସମେତ ଅନେକ ମନ୍ତ୍ରୀ, ସାଂସଦ ଓ ବିଧାୟକ। ପିପିପି ମୋଡରେ ନିର୍ମାଣ ହୋଇଥିବା ଏହି ରାସ୍ତା ପାଇଁ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୁରା ପ୍ରକଳ୍ପରେ ରାଉରେକଲାରୁ ଜଗଦଲପୁର ପର୍ଯ୍ୟନ୍ତ ୬୫୦ କିଲୋମିଟର ରାସ୍ତା ପଶ୍ଚିମ ଓଡିଶାର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟକୁ ସଂଯୋଗ କରିବ।&nbsp; ତେବେ ଆଜିର ଲୋକାପର୍ଣକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ବିଜୁ ଏକ୍ସପ୍ରେସ ୱେର ସତ ବୋଲି କହି ସୋସିଆଲ ମିଡିଆରେ ଦଳ ଏକ ଭିଡିଓ ଅପଲୋଡ କରିବା ସହ ଅଭିଯୋଗ କରିଛି ପୁରୁଣା ରାସ୍ତାକୁ ମରାମତି ଓ ଉନ୍ନତି କରଣ କରି ନୂଆ ରାସ୍ତା ନିର୍ମାଣର ଡ୍ରାମା କରୁଛନ୍ତି ସରକାର।</p>

Related story