ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଧୁରିନି, ସ୍ୱପ୍ନ ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଗଢ଼ ଅଛି ‘ଯେତିକି ଚୂନା ସେତିକି ପିଠା’। କିନ୍ତୁ ଥାନା ଓ ଡାକ୍ତରଖାନାରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ କରିବା ନିଶାରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କେଉଁ ସ୍ଥିତିରେ ରହିଛି ତାହା ଆକଳନ ନକରି ଓଲଟା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ପୁରସ୍କାର, ବୋନସ ଓ ବିଦେଶ ଭ୍ରମଣ ଭଳି ସୁବିଧା ଯୋଗାଇ ଦେବାର ସ୍ୱପ୍ନ ଦେଖାଇଛନ୍ତି। ଯେଉଁଠି ରୋଗୀଙ୍କୁ ବାରଣ୍ଡାରେ ମଶାମାଛିଙ୍କ ଗହଣରେ ରହି ଚିକିତ୍ସା ହେବାକୁ ପଡ଼ୁଛି ସେଠି […]

bjp-3

bjp-3

Tapas Behera
  • Published: Monday, 28 October 2019
  • Updated: 28 October 2019, 08:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆରେ ଗଢ଼ ଅଛି ‘ଯେତିକି ଚୂନା ସେତିକି ପିଠା’। କିନ୍ତୁ ଥାନା ଓ ଡାକ୍ତରଖାନାରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ କରିବା ନିଶାରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କେଉଁ ସ୍ଥିତିରେ ରହିଛି ତାହା ଆକଳନ ନକରି ଓଲଟା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ପୁରସ୍କାର, ବୋନସ ଓ ବିଦେଶ ଭ୍ରମଣ ଭଳି ସୁବିଧା ଯୋଗାଇ ଦେବାର ସ୍ୱପ୍ନ ଦେଖାଇଛନ୍ତି। ଯେଉଁଠି ରୋଗୀଙ୍କୁ ବାରଣ୍ଡାରେ ମଶାମାଛିଙ୍କ ଗହଣରେ ରହି ଚିକିତ୍ସା ହେବାକୁ ପଡ଼ୁଛି ସେଠି କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କିଭଳି ସଫଳ ରୂପ ନେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଓ ସେମାନଙ୍କର ସଫଳତାକୁ ସ୍ୱୀକୃତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେତେକ ପ୍ୟାକେଜ୍ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ଓ ସେମାନଙ୍କର ସଫଳତାକୁ ସ୍ୱୀକୃତି ଦେବା ପାଇଁ ସରକାରୀ ଉଦ୍ୟମ ସ୍ୱାଗତଯୋଗ୍ୟ। ମାତ୍ର ଯେଉଁ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ସେଠାରେ କର୍ମଚାରୀମାନେ ସଫଳ ସ୍ୱାସ୍ଥ୍ୟସେବା ଯୋଗାଇବାର ସ୍ୱପ୍ନ ଦେଖିବା ବି ଦିବାସ୍ୱପ୍ନ ଭଳି ହେବ। କର୍ମଚାରୀଙ୍କ ତୁଷ୍ଟୀକରଣ ପାଇଁ ଏଭଳି ଲୋଭନୀୟ ଅଫର ଘୋଷଣା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ ଟିମ୍ ଯଦି କଟକ,ବ୍ରହ୍ମପୁର ଓ ସମ୍ବଲପୁର ବଡ଼ ମେଡିକାଲ(ମେଡିକାଲ କଲେଜ ଓ ହସ୍ପିଟାଲ)କୁ ଯାଆନ୍ତେ ବାସ୍ତବରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କେତେ ବିପର୍ଯ୍ୟସ୍ତ ସ୍ଥିତିରେ ରହିଛି ତାହା ସହଜରେ ଅନୁଭବ କରିପାରନ୍ତେ।

ଉପକୂଳ ଓଡ଼ିଶାରେ ଅନେକ ଘରୋଇ ହସ୍ପିଟାଲ ମଧ୍ୟ ସାଧାରଣ ଲୋକେ କଟକ ବଡ଼ ମେଡିକାଲ ଉପରେ ନିର୍ଭରଶୀଳ। ଏଠାରେ ରୋଗୀଙ୍କୁ ମାଗଣା ଚିକିତ୍ସା ସେବାଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା ଓ ଔଷଧ ବିନାମୂଲ୍ୟରେ ଦିଆଯାଉଥିବା ସରକାର ଦାବି କରୁଛନ୍ତି । ମାତ୍ର ବାସ୍ତବପକ୍ଷେ କଟକ ବଡ଼ ମେଡିକାଲରେ ମାଗଣା ଔଷଧ କିମ୍ବା ଅନ୍ୟାନ୍ୟ ପରୀକ୍ଷାନିରୀକ୍ଷାର ସୁବିଧା ହାସଲ ପାଇଁ ଥିବା ଭିତ୍ତିଭୂମି ସମୁଦ୍ରକୁ ଶଙ୍ଖେ ଭଳି। ମାଗଣା ପରୀକ୍ଷାନିରୀକ୍ଷା ତ ହେଉଛି, କିନ୍ତୁ ଯାଞ୍ଚ ପାଇଁ ରୋଗୀର ନମ୍ବର ଆସିବା ବେଳକୁ ହୁଏତ ରୋଗୀଟି ମୃତ୍ୟୁବରଣ କରିସାରିଥିବ। ଦୈନିକ ଯେତିକି ରୋଗୀ ବଡ଼ ମେଡିକାଲକୁ ଆସୁଛନ୍ତି ସେମାନଙ୍କୁ ୪୦ ପ୍ରତିଶତ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇବାକୁ ବି ଭିତ୍ତିଭୂମି ନାହିଁ। ମାଗଣା ଚିକିତ୍ସା ସେବା କହିଲେ ସେଠାରେ ରୋଗୀଙ୍କୁ ବାରଣ୍ଡାରେ ଶୋଇ ଟ୍ରିଟମେଣ୍ଟ ହେବାକୁ ପଡ଼ୁଛି। ଏହି ସ୍ଥିତି କେବଳ କଟକ ବଡ଼ ମେଡିକାଲରେ ନୁହେଁ ବରଂ ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜରେ ଅନୁରୂପ ସ୍ଥିତି ରହିଛି। ଖୋଦ୍ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଫାଇଭ-ଟି ସଚିବଙ୍କ ବାସଭବନଠୁ ମାତ୍ର ୪୦୦ମିଟର ଦୂରରେ ରହିଥିବା କ୍ୟାପିଟାଲ ହସ୍ପିଟାଲରେ ବି ରୋଗୀଙ୍କୁ ଏଭଳି ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡ଼ୁଛି। ମାନବସମ୍ବଳ ଅଭାବ କଥା ତ ନକହିବା ଭଲ ।

ତେଣୁ ସରକାର ପ୍ରଥମେ ଏସବୁ ମୌିଳିକ ଭିତ୍ତିଭୂମିରେ ସୁଧାର ନଆଣି କର୍ମଚାରୀଙ୍କୁ ଅର୍ଥ ଓ ବିଦେଶ ଭ୍ରମଣର ସ୍ୱପ୍ନ ଦେଖାଇବା କେତେ ଯଥାର୍ଥ ତାକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story