ବରଗଡ଼ରେ ଗୋଟିଏ ରାତି ରହିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇନାହାଁନ୍ତି। ସେ ୨୦ ଓ ୨୧ ତାରିଖରେ ସେଠାରେ ପ୍ରଚାର କରିବେ। ନବୀନ ୨୦ ତାରିଖରେ ବରପାଲି, କୁମ୍ଭାରୀ ଓ ଅଗଲପୁର ଆଦି ସ୍ଥାନରେ ପ୍ରଚାର କରିବେ। ସେଦିନ ପ୍ରଚାର ସରିବା ପରେ ବରଗଡ଼ ସର୍କିଟ୍ ହାଉସ୍‌ରେ ରାତ୍ରିଯାପନ କରିବେ। ତା’ପରଦିନ ମୁଖ୍ୟମନ୍ତ୍ରୀ ଗାଇସିଲାଟ ଓ ବିଜେପୁରରେ ନିର୍ବାଚନ ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀ ୧୯ ତାରିଖରେ […]

cmo

Rakesh Mallick
  • Published: Sunday, 18 February 2018
  • , Updated: 18 February 2018, 09:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇନାହାଁନ୍ତି। ସେ ୨୦ ଓ ୨୧ ତାରିଖରେ ସେଠାରେ ପ୍ରଚାର କରିବେ।

ନବୀନ ୨୦ ତାରିଖରେ ବରପାଲି, କୁମ୍ଭାରୀ ଓ ଅଗଲପୁର ଆଦି ସ୍ଥାନରେ ପ୍ରଚାର କରିବେ। ସେଦିନ ପ୍ରଚାର ସରିବା ପରେ ବରଗଡ଼ ସର୍କିଟ୍ ହାଉସ୍‌ରେ ରାତ୍ରିଯାପନ କରିବେ। ତା’ପରଦିନ ମୁଖ୍ୟମନ୍ତ୍ରୀ ଗାଇସିଲାଟ ଓ ବିଜେପୁରରେ ନିର୍ବାଚନ ପ୍ରଚାର କରିବେ।

ମୁଖ୍ୟମନ୍ତ୍ରୀ ୧୯ ତାରିଖରେ ପ୍ରଚାର କରିବାକୁ ଯାଇଥାଆନ୍ତେ। ତେବେ ଗତକାଲି ତାଙ୍କ ବିଜେପୁର ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା।

ସୂଚନାଯୋଗ୍ୟ, ବିଜେପୁର ଉପ-ନିର୍ବାଚନ ପାଇଁ ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି। ୨୪ ତାରିଖରେ ଏଠି ଭୋଟ୍ ଗ୍ରହଣ ହେବ।

Related story