ଆଜି ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦେଖାଦେଇଥିବା ବନ୍ୟା ସ୍ଥିତିର ଆଜି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ । ବନ୍ୟାଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେବେ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସୂଚନାଯୋଗ୍ୟ, ବନ୍ୟାରେ ରାଜ୍ୟର ୨୦ ଜିଲ୍ଲା  ପ୍ରଭାବିତ ହୋଇଛି । ମୁଖ୍ୟତଃ ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, […]

cm-1-1

Niharika Rout
  • Published: Monday, 31 August 2020
  • , Updated: 31 August 2020, 08:55 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦେଖାଦେଇଥିବା ବନ୍ୟା ସ୍ଥିତିର ଆଜି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ । ବନ୍ୟାଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଯୋଗ ଦେବେ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସୂଚନାଯୋଗ୍ୟ, ବନ୍ୟାରେ ରାଜ୍ୟର ୨୦ ଜିଲ୍ଲା  ପ୍ରଭାବିତ ହୋଇଛି । ମୁଖ୍ୟତଃ ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା,ସମ୍ବଲପୁର, ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାବିତ ହୋଇଛି । ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ବରଗଡ଼, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡ଼ା, ମୟୂରଭଞ୍ଜ, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାର ବହୁ ଅଞ୍ଚଳ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି । ଏହିସବୁ ଜିଲ୍ଲାର ୧୧୨ଟି ବ୍ଲକର ୮୯୬ ପଞ୍ଚାୟତବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି ।

୩ ହଜାର ୨୫୬ ଗାଁ ଓ ୨୧ ସହରାଞ୍ଚଳର ୭୫ଟି ଓ୍ୱାର୍ଡର ମୋଟ ୧୪ ଲକ୍ଷ ୩୨ ହଜାର ୭୦୧ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୩୪୦ ଗାଁ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛି। ସେହିଭଳି ୨ ଲକ୍ଷ ୬୫ ହଜାର ୭୨୩ ଲୋକ ପାଣି ଘେରରେ ରହିଛନ୍ତି। ବନ୍ୟାରେ ଅଦ୍ୟାବଧି ୧୭ ଜଣଙ୍କ ମୃତ୍ୟୁ ହୋଇଛି ।

୧୦ ହଜାର ୩୮୨ ଘର ଭାଙ୍ଗିଛି । ମୋଟ ୧ ଲକ୍ଷ ୬୮ ହଜାର ୯୦୪ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ସେହିପରି ୧୧ ଜିଲ୍ଲାର ୧୦୭ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related story