କଟକରେ ଶପିଂ କଂପ୍ଲେକ୍ସ ପରେ କୋଚିଂ ସେଣ୍ଟର ସିଲ୍‌

କଟକ (ଓଡ଼ିଶା ରିପୋର୍ଟର): ପ୍ରାୟ ସପ୍ତାହେ ହେଲାଣି ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଆଜି କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ କଟକର ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରାଯାଇ ଏହାକୁ ସିଲ୍ କରି ଦିଆଯାଇଛି। କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଏହି କୋଚିଂ ସେଣ୍ଟରଟିକୁ ସିଲ୍‌ କରାଯାଇଛି। ଅନ୍ୟପକ୍ଷରେ […]

Cuttack

Jitendra Garnayak
  • Published: Thursday, 25 March 2021
  • , Updated: 25 March 2021, 06:05 PM IST

କଟକ (ଓଡ଼ିଶା ରିପୋର୍ଟର): ପ୍ରାୟ ସପ୍ତାହେ ହେଲାଣି ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଆଜି କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ କଟକର ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରାଯାଇ ଏହାକୁ ସିଲ୍ କରି ଦିଆଯାଇଛି।

କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଏହି କୋଚିଂ ସେଣ୍ଟରଟିକୁ ସିଲ୍‌ କରାଯାଇଛି। ଅନ୍ୟପକ୍ଷରେ କଟକର ରାଣୀହାଟରେ ଆଜି ସକାଳେ ଏକ ଶପିଂ କଂପ୍ଲେକ୍ସକୁ ମଧ୍ୟ ସମାନ କାରଣରୁ ସିଲ୍ କରାଯାଇଥିଲା।

ଗତ ସପ୍ତାହରେ କଟକ ସ୍ଥିତ ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନରୁ ୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବିଦ୍ୟାର୍ଥୀ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅଧ୍ୟାପିକା ବୋଲି ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଚେୟାରମ୍ୟାନ୍ ସ୍ମୃତିପ୍ରଭା ଦାସ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ଯେଉଁ କରୋନା ରିପୋର୍ଟ ଆସିଛି ସେଥିରୁ ଗତକାଲି ଗୋଟିଏ ଦିନରେ କଟକ ଜିଲ୍ଲାରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି। ସେହିପରି ସାରା ରାଜ୍ୟରେ ଏହି ସଂଖ୍ୟା ୨୦୦ ଅତିକ୍ରମ କରିଛି।

Related story