ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପାରାଳାଖେମୁଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ପାରଳାଖେମୁଣ୍ଡିରେ ପହଁଞ୍ଚିଥିଲେ। ସେଠାରେ ସେ ନବନିର୍ମିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ମାତୃଶିଶୁ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟନ କରିବା ସହ ବି.ସିତାପୁର କଲ୍ୟାଣ ମଣ୍ଡପ, ପାରଳାଖେମୁଣ୍ଡି ପଞ୍ଚାୟତ ସମ୍ବଳ କେନ୍ଦ୍ର ଓ ଟାଉନ୍‌ହଲ୍‌ ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ […]

chief-minister-naveen-pattnaik

Rakesh Mallick
  • Published: Sunday, 18 December 2016
  • , Updated: 18 December 2016, 02:55 PM IST

ପାରାଳାଖେମୁଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ପାରଳାଖେମୁଣ୍ଡିରେ ପହଁଞ୍ଚିଥିଲେ। ସେଠାରେ ସେ ନବନିର୍ମିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ମାତୃଶିଶୁ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟନ କରିବା ସହ ବି.ସିତାପୁର କଲ୍ୟାଣ ମଣ୍ଡପ, ପାରଳାଖେମୁଣ୍ଡି ପଞ୍ଚାୟତ ସମ୍ବଳ କେନ୍ଦ୍ର ଓ ଟାଉନ୍‌ହଲ୍‌ ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସହାୟତା ବଣ୍ଟନ କରିଥିଲେ।

Related story