କୋଷ୍ଟାଲ ହାଇୱେ ପ୍ରୋଜେକ୍ଟକୁ ନେଇ କେଁ କାଢ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କୋଷ୍ଟାଲ ହାଇୱେ ନେଇ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ NHAI କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି। ବୈଠକ ପରେ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ସୂଚନା ଅନୁସାରେ NHAI ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରୁନାହାଁନ୍ତି। ତାଙ୍କ ସୂଚନା ଅନୁଯାୟୀ, NHAI ସାତପଡ଼ାରୁ ପୁରୀ ଏକଜିଷ୍ଟିଂ ରୋଡ଼ରେ ହାଇେୱେ କରିବାକୁ ଚାହୁଁଛନ୍ତି । ହେଲେ ପ୍ରସ୍ତାବିତ କୋଣାର୍କ-ଅସ୍ତରଙ୍ଗ କୋଷ୍ଟାଲ ହାଇେୱେ […]

58

Tapas Behera
  • Published: Wednesday, 13 February 2019
  • , Updated: 13 February 2019, 01:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କୋଷ୍ଟାଲ ହାଇୱେ ନେଇ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ NHAI କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି। ବୈଠକ ପରେ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ସୂଚନା ଅନୁସାରେ NHAI ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରୁନାହାଁନ୍ତି।

ତାଙ୍କ ସୂଚନା ଅନୁଯାୟୀ, NHAI ସାତପଡ଼ାରୁ ପୁରୀ ଏକଜିଷ୍ଟିଂ ରୋଡ଼ରେ ହାଇେୱେ କରିବାକୁ ଚାହୁଁଛନ୍ତି । ହେଲେ ପ୍ରସ୍ତାବିତ କୋଣାର୍କ-ଅସ୍ତରଙ୍ଗ କୋଷ୍ଟାଲ ହାଇେୱେ ୧୦ କି.ମି. ଦୂର ହେଉଛି। ତେଣୁ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରୁନାହଁନ୍ତି ବୋଲି କହିଛନ୍ତି ପୂର୍ତ୍ତ ସଚିବ । ତେଣୁ ଆଉଥରେ ଯୋଜନାର ରୂପରେଖ ପ୍ରସ୍ତୁତି ପାଇଁ NHAIକୁ କୁହାଯାଇଛି ।

ସେହିପରି ଚିଲିକା ଉପରେ ୨ଟି ସିଗନେଚର ବ୍ରିଜ୍ କରାଯିବାକୁ ମଧ୍ୟ ଯୋଜନା ରହିଛି। ଏହାଦ୍ୱାରା ଯେମିତି ପରିବେଶର କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଉ ବୋଲି ରାଜ୍ୟ ସରକାର ଅନୁରୋଧ କରିଥିବା ସେ କହିଛନ୍ତି।

Related story