ଖସୁଛି ପାରଦ, ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖସୁଛି ପାରଦ, ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ରୁ ୪ ଯାଏଁ ଏଭଳି ଶୀତ ଲାଗି ରହିବ। ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ଯାଏଁ କମିବ। ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ରାତି ତାପମାତ୍ରା ୩ ଡିଗ୍ରୀ ଯାଏ କମିଯିବ। ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କନ୍ଧମାଳର ଦାରିଙ୍ଗବାଡି ଏବେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଦାରିଙ୍ଗବାଡିର ତାପମାତ୍ରା ୪ […]

Cold wave in Odisha

Cold wave in Odisha

Madhupriya Mistry
  • Published: Monday, 20 December 2021
  • Updated: 20 December 2021, 01:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖସୁଛି ପାରଦ, ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ରୁ ୪ ଯାଏଁ ଏଭଳି ଶୀତ ଲାଗି ରହିବ। ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ଯାଏଁ କମିବ। ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ରାତି ତାପମାତ୍ରା ୩ ଡିଗ୍ରୀ ଯାଏ କମିଯିବ। ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

କନ୍ଧମାଳର ଦାରିଙ୍ଗବାଡି ଏବେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଦାରିଙ୍ଗବାଡିର ତାପମାତ୍ରା ୪ ଡିଗ୍ରୀ ତଳକୁ ଖସିବା ସହ ଏଠାରେ ପ୍ରଥମ ତୁଷାରପାତ ହୋଇଛି। ରାଜ୍ୟର ୧୩ଟି ସହରରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୫,୬ ରେକର୍ଡ କରାଯାଇଛି।  ସେହିପରି ଫୁଲବାଣୀରେ ୬.୫, ସୋନପୁରରେ ୬.୯, କେନ୍ଦୁଝରରେ ୭.୪, ସୁନ୍ଦରଗୌ ଓ ବଲାଙ୍ଗିର ୮, ଭବାନୀ ପାଟନା ୮.୯ ଓ ସମ୍ବଲପୁର ୯, ତାଲଚେର ଓ ହୀରାକୁଦ ୯ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି।

ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ସୋମବାରଠାରୁ ଦିନ ତାପମାତ୍ରା ୨ଡିଗ୍ରୀ କମିବ। ସେହିଭଳି ରାତି ତାପମାତ୍ରା ୩ଡିଗ୍ରୀ କମିବ । ୨୧ ଯାଏ ଏହି ଅଞ୍ଚଳରେ ଶୀତପ୍ରବାହ ଜାରି ରହିବ। ୨୨ ତାରିଖରୁ ଏଠାରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ। ୨୫ ତାରିଖ ସୁଦ୍ଧା ଏଠାରେ ତାପମାତ୍ରା ୬ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

https://twitter.com/mcbbsr/status/1472784461624266756?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos