ଥରୁଛି କନ୍ଧମାଳ, ୫ ଡିଗ୍ରୀ ତଳକୁ ଖସିଲା ପାରଦ

କନ୍ଧମାଳ (ଓଡ଼ିଶା ରିପୋର୍ଟର): ହାଡ ଭଙ୍ଗା ଶୀତରେ ଥରୁଛି କନ୍ଧମାଳ । ଜିଲ୍ଲାରେ ପ୍ରବଳ ଥଣ୍ଡା ଯୋଗୁଁ ହାତ ଗୋଡ କାଲୁଆ ହୋଇଯାଉଛି । ଗତ ଦୁଇ ଦିନ ହେବ କନ୍ଧମାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା  ୫ ଡିଗ୍ରୀ ସେଲସିଅସ ତଳେ ରହିଥିବା ରେକର୍ଡ କରାଯାଇଛି। ସେହିପରି ସଦର ମହକୁମା ଫୁଲବାଣୀରେ ଗତ ଦୁଇ ଦିନ ହେଲାଣି ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିଅସ ରହିଛି । ଫଳରେ ଲୋକେ ଘରୁ ବାହାରବା ମୁସକିଲ ହୋଇପଡିଛି […]

winter-chill

Madhupriya Mistry
  • Published: Wednesday, 23 December 2020
  • , Updated: 23 December 2020, 09:35 AM IST

କନ୍ଧମାଳ (ଓଡ଼ିଶା ରିପୋର୍ଟର): ହାଡ ଭଙ୍ଗା ଶୀତରେ ଥରୁଛି କନ୍ଧମାଳ । ଜିଲ୍ଲାରେ ପ୍ରବଳ ଥଣ୍ଡା ଯୋଗୁଁ ହାତ ଗୋଡ କାଲୁଆ ହୋଇଯାଉଛି । ଗତ ଦୁଇ ଦିନ ହେବ କନ୍ଧମାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା  ୫ ଡିଗ୍ରୀ ସେଲସିଅସ ତଳେ ରହିଥିବା ରେକର୍ଡ କରାଯାଇଛି। ସେହିପରି ସଦର ମହକୁମା ଫୁଲବାଣୀରେ ଗତ ଦୁଇ ଦିନ ହେଲାଣି ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିଅସ ରହିଛି । ଫଳରେ ଲୋକେ ଘରୁ ବାହାରବା ମୁସକିଲ ହୋଇପଡିଛି ।

ସେପଟେ ଫୁଲବାଣୀରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଆଜି ଫୁଲବାଣୀ ସହରରେ ତୁଷାରପାତ ହୋଇଛି । ସକାଳୁ ସକାଳୁ ଗାଡିଗୁଡିକରେ ତୁଷାର ଜମି ରହିଥିବା ଦେଖିବାକୁ ମିଳିଛି । ରାତିରେ ହାଡ ଭଙ୍ଗା ଶୀତ ହେଉଥିବା ବେଳେ ସାକଳ ପ୍ରାୟ ୯ଟାରୁ ୧୦ଟା ଯାଏଁ ଥଣ୍ଡା ଅନୁଭତ ହେଉଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ପୁଇଁଥିବା ମଧ୍ୟ ଦେଖିବାକୁ ମିଳିଛି।

Related story