ଅଦ୍ୟତନ ହୋଇଛି
durga puja
Advertisment
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆରମ୍ଭ ହେଲା ପାର୍ବଣ ଋତୁ। ସେପ୍ଟେମ୍ୱର ୧୩ ତାରିଖରେ ପଡ଼ିବ ଗଣେଶ ପୂଜା। ତା’ପରେ ବିଶ୍ୱକର୍ମା, ଦୁର୍ଗା, ଲକ୍ଷ୍ମୀ, କାଳି ଓ କାର୍ତ୍ତିକେଶ୍ୱର ପୂଜା ପଡ଼ିବ। ଏଥିପାଇଁ ଉତ୍ସବ ମୁଖର ହେବ ସମଗ୍ର ପରିବେଶ।
Advertisment
ଏହି ପାର୍ବଣ ଋତୁରେ ପୂଜା ଆୟୋଜନ ନାଁରେ ଅନେକ ଅସାମାଜିକ ଲୋକ ଓ ବିଭିନ୍ନ କ୍ଲବ ନାମରେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ରାସ୍ତାଘାଟରେ ଚାନ୍ଦା ମାଗନ୍ତି। ଚାନ୍ଦାକୁ ନେଇ ଅନେକ ସମୟରେ ସଂଘର୍ଷ ମଧ୍ୟ ହୋଇଥାଏ। ଯାହାଫଳରେ ପୁଲିସକୁ ନାକେଦମ ହେବାକୁ ପଡ଼ିଥାଏ। ଏହାର ସ୍ଥାୟୀ ପ୍ରତିକାର ପାଇଁ ପୁଲିସ ଜାରି କରିଛି ନିର୍ଦ୍ଦେଶନାମା।
ପୂଜାକୁ ଲକ୍ଷ୍ୟକରି ରାଜ୍ୟ ଓ ଜାତୀୟ ରାଜପଥରେ ବସ୍ ଏବଂ ବିଭିନ୍ନ ଗାଡ଼ିକୁ ଅଟକାଇ ଚାନ୍ଦା ଆଦାୟ କରାଯାଇଥାଏ। ଏହା ଦ୍ୱାରା ଅଯଥାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥାଏ। ଯେଉଁ ବ୍ୟକ୍ତିମାନେ ଏଭଳି କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବେ, ସେମାନଙ୍କ ବିରୋଧରେ ନିମ୍ନପ୍ରଦତ୍ତ ଧାରା ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ।
Advertisment
- ଆଇପିସିର ଧାରା ୩୮୪ (ବଳପୂର୍ବକ ଅର୍ଥ ଆଦାୟ କଲେ ସର୍ବାଧିକ ଦଣ୍ଡ ୩ ବର୍ଷ ଜେଲ୍)
- ଆଇପିସିର ଧାରା ୩୮୬ (ମୃତ୍ୟୁ ବା ଆଘାତର ଭୟ ଦେଖାଇ ବଳପୂର୍ବକ ଅର୍ଥ ଆଦାୟ କଲେ ସର୍ବାଧିକ ଦଣ୍ଡ ୧୦ ବର୍ଷ ଜେଲ୍)
- ଆଇପିସିର ଧାରା ୩୮୭ (ବଳପୂର୍ବକ ଅର୍ଥ ଆଦାୟ ବା ଉଦ୍ୟମ କରିବା ବେଳେ ମୃତ୍ୟୁ ବା ଆଘାତର ଭୟ ଦେଖାଇଲେ ସର୍ବାଧିକ ଦଣ୍ଡ ୭ ବର୍ଷ ଜେଲ୍)
- ଆଇପିସିର ଧାରା ୩୯୨(ଲୁଣ୍ଠନ କଲେ ସର୍ବାଧିକ ଦଣ୍ଡ ୧୦ ବର୍ଷ ଜେଲ୍ ଓ ରାଜପଥରେ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟ ଉଦୟ ଭିତରେ ଲୁଣ୍ଠନ ହୋଇଥିଲେ ସର୍ବାଧିକ ୧୪ ବର୍ଷ ଜେଲ୍)
- ଆଇପିସିର ଧାରା ୩୯୪ (ଆଘାତ ଦେଇ ଲୁଟ୍ କରିବା ବା ଲୁଟ୍ ଉଦ୍ଦେଶ୍ୟରେ ଆଘାତ ଦେଲେ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ)
- ଆଇପିସିର ଧାରା ୩୯୫ (ଡକାୟତି କଲେ ସର୍ବାଧିକ ଆଜୀବନ କାରାଦଣ୍ଡ)
ଏହି ଭଳି ବିଭିନ୍ନ ଦଫାରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ଥାନାର ଆଇଆଇସିମାନଙ୍କୁ ରାଜ୍ୟ ପୁଲିସର ଅତିରିକ୍ତ ଡିଜି (ଆଇନ୍ ଶୃଙ୍ଖଳା)ଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/09/mmmmmmmmmmmm.jpg)