ବିନିକା (ଦିଲ୍ଲୀପ କୁମାର ସାହୁ): ଯୁକ୍ତ ଦୁଇ ଛାତ୍ରୀଙ୍କୁ ପ୍ରପୋଜ କଲେ କଲେଜ ଡେମୋନଷ୍ଟ୍ରେଟର! ଏହାକୁ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରପୋଜ ମାରିଥିବା ଡେମୋନ୍ଷ୍ଟ୍ରେଟରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପରେ ଡେମୋନଷ୍ଟ୍ରେଟର ସର୍ବ ସମ୍ମୁଖରେ ଭୁଲ ମାଗିଥିବା ଘଟଣା ସମାଧାନ ହୋଇଥିଲା। ଆଜି ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି।
ଡୁଙ୍ଗୁରିପାଲି ବ୍ଲକ୍ ରାମପୁରରେ ରହିଛି ଶ୍ରୀରାମ କଲେଜ। ଏହି କଲେଜର ଡେମୋନଷ୍ଟ୍ରେଟର ଟୁପେଶ୍ୱର ପାତ୍ର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଆଜି ପ୍ରପୋଜ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଛାତ୍ରୀ ଜଣକ ନିଜ ସାଥୀମାନଙ୍କୁ କହିଥିଲେ। ଏହା ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆନ୍ଦୋଳନରେ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ। ପ୍ରପୋଜ ମାରିଥିବା ଡେମୋନ୍ଷ୍ଟ୍ରେଟରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।
[caption id="attachment_794779" align="aligncenter" width="650"] ପିଲାମାନେ ଆନ୍ଦୋଳନ କରୁଛନ୍ତି[/caption]
ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି କଲେଜ କର୍ତ୍ତୃପକ୍ଷ ରାମପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଥାନା ଅଧିକାରୀ ଭାନୁଶଙ୍କର ଯାଦବ ଓ ତାଙ୍କ ସହକର୍ମୀମାନେ କଲେଜ କ୍ୟାମ୍ପସରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି। ସର୍ବ ସମ୍ମୁଖରେ ଛାତ୍ରୀଙ୍କୁ ଡେମୋନଷ୍ଟ୍ରେଟର ଭୁଲ ମାଗିବାରୁ ଘଟଣା ସମାଧାନ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।