୨୧୬୫ଟି ପଦବୀ ପାଇଁ ହେବ କମ୍ବାଇନଡ୍ ଗ୍ରାଜୁଏଟ୍ ଲେଭଲ୍ ପରୀକ୍ଷା, ୧୧ରୁ ଅନଲାଇନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟରେ ସଂଶୋଧିତ ନିୟମ ଅନୁସାରେ ଗ୍ରୁପ୍ – ବି ଓ ସି ବର୍ଗରେ ଖାଲି ପଡ଼ିଥିବା ମୋଟ ୨୧୬୫ଟି ପଦବୀ ନିମନ୍ତେ କମ୍ବାଇନଡ୍ ଗ୍ରାଜୁଏଟ ଲେଭଲ୍ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ନିମନ୍ତେ ଆସନ୍ତା ୧୧ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୧୦ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, […]

jobs

Ordigital Desk
  • Published: Wednesday, 02 November 2022
  • , Updated: 02 November 2022, 10:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟରେ ସଂଶୋଧିତ ନିୟମ ଅନୁସାରେ ଗ୍ରୁପ୍ - ବି ଓ ସି ବର୍ଗରେ ଖାଲି ପଡ଼ିଥିବା ମୋଟ ୨୧୬୫ଟି ପଦବୀ ନିମନ୍ତେ କମ୍ବାଇନଡ୍ ଗ୍ରାଜୁଏଟ ଲେଭଲ୍ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ନିମନ୍ତେ ଆସନ୍ତା ୧୧ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ।

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଗ୍ରୁପ-ବି ଓ ସି ବର୍ଗର ପଦବୀ ନିମନ୍ତେ ୨ଟି କମ୍ବାଇନଡ୍ ଗ୍ରାଜୁଏଟ୍ ଲେଭଲ୍ ପରୀକ୍ଷା ଅନୁଷ୍ଠିତ ହେବ । କମ୍ବାଇନଡ୍ ଗ୍ରାଜୁଏଟ୍ ଲେଭଲ ପରୀକ୍ଷା(ଟେକନିକାଲ ସର୍ଭିସ) ପାଇଁ ମୋଟ ୧୨୨୬ଟି ଗ୍ରୁପ-ବି ପଦବୀ ନିମନ୍ତେ ପରୀକ୍ଷା ହେବ । ସେହିପରି ୬୯୯ଟି ଗ୍ରୁପ୍ ବି ଓ ୨୪୪ଟି ଗ୍ରୁପ୍ ସି ବର୍ଗର ପଦବୀ ନିମନ୍ତେ ଅନ୍ୟ ଏକ କମ୍ବାଇନଡ୍ ଗ୍ରାଜୁଏଟ୍ ଲେଭଲ ପରୀକ୍ଷା ଅନୁଷ୍ଠିତ ହେବ । ଏହି ଦୁଇଟି ଯାକ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ତାରିଖ ନଭେମ୍ବର ୧୧ ରହିଛି । ଉଭୟ ଟେକନିକାଲ ଓ ସାଧାରଣ ବର୍ଗରେ ଗ୍ରୁପ ବି ବର୍ଗରେ ମୋଟ ୧୯୨୫ଟି ପଦବୀ ନିମନ୍ତେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତମାସରେ ରାଜ୍ୟ କ୍ୟାବିନେଟ୍ ସଂଶୋଧିତ ନିୟମାବଳୀକୁ ଅନୁମୋଦନ କରିଥିଲେ । ଯାହାଫଳରେ ଗ୍ରୁପ୍ ବି ଓ ସି ବର୍ଗର ପଦବୀ ନିମନ୍ତେ କମ୍ବାଇନଡ୍ ଗ୍ରାଜୁଏଟ ଲେଭଲ ପରୀକ୍ଷା କରାଇବାରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସକ୍ଷମ ହୋଇଛନ୍ତି ।

Related story