ଦୁଇ ମାଓବାଦୀ ନିହତ ହେବା ପରେ ସାଲେପାଲି ଜଙ୍ଗଲରେ ଚାଲିଛି ଜୋରଦାର କମ୍ବିଂ

ବରଗଡ଼: ଦୁଇ ମାଓବାଦୀ ନିହତ ହେବା ପରେ ବରଗଡ଼ର ପାଇକମାଳ ସାଲେପାଲି ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଛି। ଘନ ଜଙ୍ଗଲ  ଭିତରକୁ ସିଆର୍‌ପିଏଫ୍‌, ଡିଭିଏଫ୍, ଏସ୍ଓଜି ଓ ରାଜ୍ୟ ପୋଲିସର ମିଳିତ ବାହିନୀ ଯାଇଛନ୍ତି। ଜଙ୍ଗଲ ଭିତରକୁ ଯିବାକୁ ସାଧାରଣ ଲୋକଙ୍କୁ ମନା କରାଯାଇଛି। ଉତ୍ତରାଞ୍ଚଳ ଆଇଜି ଏହି ସୂଚନା ଦେଇଛନ୍ତି। ଗତକାଲି ପୋଲିସ ସହ ଗୁଳି ବିନିୟମରେ ୨ମାଓବାଦୀ ନିହତ ହୋଇଥିଲେ। ମୃତ ମାଓବାଦୀମାନେ ଛତିଶଗଡ଼ କ୍ୟାଡର। ସେମାନେ ବରଗଡ଼-ବଲାଙ୍ଗିର-ମହାସମୁନ୍ଦ ଡିଭିଜନର। ଛତିଶଗଡ଼ରେ ଏବେ ଜୋରଦାର […]

rpsharma

Rakesh Mallick
  • Published: Wednesday, 27 September 2017
  • , Updated: 27 September 2017, 06:33 AM IST

ବରଗଡ଼: ଦୁଇ ମାଓବାଦୀ ନିହତ ହେବା ପରେ ବରଗଡ଼ର ପାଇକମାଳ ସାଲେପାଲି ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଛି। ଘନ ଜଙ୍ଗଲ  ଭିତରକୁ ସିଆର୍‌ପିଏଫ୍‌, ଡିଭିଏଫ୍, ଏସ୍ଓଜି ଓ ରାଜ୍ୟ ପୋଲିସର ମିଳିତ ବାହିନୀ ଯାଇଛନ୍ତି। ଜଙ୍ଗଲ ଭିତରକୁ ଯିବାକୁ ସାଧାରଣ ଲୋକଙ୍କୁ ମନା କରାଯାଇଛି। ଉତ୍ତରାଞ୍ଚଳ ଆଇଜି ଏହି ସୂଚନା ଦେଇଛନ୍ତି।

ଗତକାଲି ପୋଲିସ ସହ ଗୁଳି ବିନିୟମରେ ୨ମାଓବାଦୀ ନିହତ ହୋଇଥିଲେ। ମୃତ ମାଓବାଦୀମାନେ ଛତିଶଗଡ଼ କ୍ୟାଡର। ସେମାନେ ବରଗଡ଼-ବଲାଙ୍ଗିର-ମହାସମୁନ୍ଦ ଡିଭିଜନର। ଛତିଶଗଡ଼ରେ ଏବେ ଜୋରଦାର କମ୍ବିଂ ଚାଲିଛି।  ତେଣୁ ମାଓବାଦୀମାନେ ସେଠାରୁ ଲୁଚି କରି ବରଗଡ଼ ଜିଲ୍ଲାକୁ ପଳାଇ ଆସିଛନ୍ତି। ମାଓବାଦୀମାନେ ସାଲେପାଲି ଜଙ୍ଗଲରେ କ୍ୟାମ୍ପ କରିଥିବା ବେଳେ ସୂଚନା ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଉ କରାଯାଇଥିଲା। ପୋଲିସ ସହ ଗୁଳି ବିନିମୟରେ ୨ ମାଓବାଦୀ ନିହତ ହୋଇଥିବା ବେଳେ ବାକିମାନେ ଛତ୍ରଭଙ୍ଗ ଦେଇଛନ୍ତି।  ମାଓବାଦୀଙ୍କ ସହ ଗୁଳି ବିନିମୟ ଓ ବନ୍ଧୁକ ଉଦ୍ଧାର ସମ୍ପର୍କରେ ଟ୍ୱିଟ୍ କରି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

Related story