ଟ୍ରେନରୁ ଖସି ଚାଲିଗଲା ହାସ୍ୟ ଅଭିନେତାଙ୍କ ଜୀବନ

ଖୋର୍ଦ୍ଧା:(ଓଡ଼ିଶା ରିପୋର୍ଟର): ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ତଥା ଥିଏଟର ନାଟ୍ୟ ନିର୍ଦ୍ଦେଶକ ପ୍ରେମାନନ୍ଦ ବାରିକଙ୍କର ଆଜି ୫୫ ବର୍ଷ ବୟସରେ ପରଲୋକ ହୋଇଯାଇଛି।   ପ୍ରେମାନନ୍ଦ ତାଙ୍କ ଶ୍ୱଶୁର ଘର ନିରାକାର ପୁର ଯାଇଥିଲେ। ଆଜି ସକାଳେ ଟ୍ରେନ୍‌ରେ ଘରକୁ ଫେରୁଥିଲେ। ବାଟରେ ତାପଙ୍ଗ ଷ୍ଟଶନ ନିକଟ ନରଣଗଡ଼ ନିକଟରେ  ସେ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ଆସନ୍ତାକାଲି […]

3789

Tapas Behera
  • Published: Sunday, 17 November 2019
  • , Updated: 17 November 2019, 04:43 PM IST

ଖୋର୍ଦ୍ଧା:(ଓଡ଼ିଶା ରିପୋର୍ଟର): ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ତଥା ଥିଏଟର ନାଟ୍ୟ ନିର୍ଦ୍ଦେଶକ ପ୍ରେମାନନ୍ଦ ବାରିକଙ୍କର ଆଜି ୫୫ ବର୍ଷ ବୟସରେ ପରଲୋକ ହୋଇଯାଇଛି।   ପ୍ରେମାନନ୍ଦ ତାଙ୍କ ଶ୍ୱଶୁର ଘର ନିରାକାର ପୁର ଯାଇଥିଲେ। ଆଜି ସକାଳେ ଟ୍ରେନ୍‌ରେ ଘରକୁ ଫେରୁଥିଲେ। ବାଟରେ ତାପଙ୍ଗ ଷ୍ଟଶନ ନିକଟ ନରଣଗଡ଼ ନିକଟରେ  ସେ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ଆସନ୍ତାକାଲି ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଟଣୀ ଜିଆରପି ଥାନା ପୁଲିସ କହିଛି।

ପ୍ରେମାନନ୍ଦ ଖୋର୍ଦ୍ଧା ମୁଖ୍ୟ ଡାକଘରେ କର୍ମଚାରୀଭାବ କାମ କରନ୍ତି।  ସେ ୧୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭାବେ କାମ କରିଛନ୍ତି। ଏହା ବ୍ୟତୀତ ଅନେକ ଡ୍ରାମା ଓ ନାଟକର ନିର୍ଦ୍ଦେଶନା ଦେଇଛନ୍ତି, ସଂଳାପ ମଧ୍ୟ ଲେଖିଛନ୍ତି।

Related story