ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସେବାର ଭିତ୍ତିଭୂମି ଯୋଗାଇଦେବାରେ ରାଜ୍ୟ ସରକାର ବିଫଳ

ଭୁବନେଶ୍ୱର: ବିମୁଦ୍ରାକରଣ ପରେ କ୍ୟାସଲେସ୍‌ କାରବାର ଓ ପଞ୍ଚାୟତର କମନ ସର୍ଭିସ ସେଣ୍ଟରରେ ଇଣ୍ଟରନେଟ୍‌ ବ୍ୟବସ୍ଥାକୁ ନେଇ ଜୋର ଧରିଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସେବାର ଭିତ୍ତିଭୂମି ଯୋଗାଇଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ବିଜେପି ଆଜି ଅଭିଯୋଗ କରିଛି। ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ପଞ୍ଚାୟତ ଗୁଡ଼ିକୁ ଅପ୍‌ଟିକାଲ ଫାଇବର ଓ ଇଣ୍ଟରନେଟ୍‌ ସେବା ଯୋଗାଇବା ନେଇ ସରକାର କରିଥିବା ପ୍ରତିଶ୍ରୁତି ଧୂଆବାଣ […]

bjp-in-bbsr

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 11:23 PM IST

ଭୁବନେଶ୍ୱର: ବିମୁଦ୍ରାକରଣ ପରେ କ୍ୟାସଲେସ୍‌ କାରବାର ଓ ପଞ୍ଚାୟତର କମନ ସର୍ଭିସ ସେଣ୍ଟରରେ ଇଣ୍ଟରନେଟ୍‌ ବ୍ୟବସ୍ଥାକୁ ନେଇ ଜୋର ଧରିଛି ଆରୋପ ଓ ପ୍ରତ୍ୟାରୋପ ରାଜନୀତି। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସେବାର ଭିତ୍ତିଭୂମି ଯୋଗାଇଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ବିଜେପି ଆଜି ଅଭିଯୋଗ କରିଛି।

ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ପଞ୍ଚାୟତ ଗୁଡ଼ିକୁ ଅପ୍‌ଟିକାଲ ଫାଇବର ଓ ଇଣ୍ଟରନେଟ୍‌ ସେବା ଯୋଗାଇବା ନେଇ ସରକାର କରିଥିବା ପ୍ରତିଶ୍ରୁତି ଧୂଆବାଣ ଥିଲା। ଏଥିପାଇଁ ଭିତ୍ତିଭୂମି ଯୋଗାଇ ନ ଦେବା ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରମାଣିତ କରିଛି।”

ଏହାର ଜବାବରେ ବିମୁଦ୍ରାକରଣକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ। ସେ କହିଛନ୍ତି,“ବିନା ପ୍ରସ୍ତୁତିରେ କେନ୍ଦ୍ର ଏହି ପଦକ୍ଷେପ ନେଇଛି। କଳାଧନ ବିରୋଧରେ ଲଢେଇକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିଛନ୍ତି। ଏହି ଲଢ଼େଇରେ ବିଜେଡି ଆଗୁଆ ସୈନିକ ହୋଇ ରହିବ।”

Related story