କଟକ-ଭୁବନେଶ୍ୱର ଟ୍ୱିନ ସିଟି ପୋଲିସ କମିଶନର ହେବାକୁ ନେଇ କଳ୍ପନାଜଳ୍ପନା

ଭୁବନେଶ୍ୱର: କିଏ ହେବେ କଟକ-ଭୁବନେଶ୍ୱର ଟ୍ୱିନ ସିଟି ପୋଲିସ କମିଶନର ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଆସନ୍ତା ଜାନୁୟାରୀରେ ବର୍ତ୍ତମାନର ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ଡିଜି ପାହ୍ୟାକୁ ପଦୋନ୍ନତି ପାଇବେ। ତାଙ୍କ ସ୍ଥାନରେ ସରକାର କାହାକୁ ଏହି ଦାୟିତ୍ୱ ଦେଉଛନ୍ତି ତା’ ଉପରେ ଏବେ ସମସ୍ତଙ୍କ ନଜର। ଏହି ପଦ ଦୌଡରେ ସବୁଠୁ ଆଗରେ ଅଛନ୍ତି ୧୯୮୮ ବ୍ୟାଜ ଆଇପିଏସ୍ ସତ୍ୟଜିତ୍ ମହାନ୍ତି ଓ ୧୯୯୦ ବ୍ୟାଜ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ। ରାଜଧାନୀରେ ସିସିଟିଭି […]

co

Rakesh Mallick
  • Published: Thursday, 05 November 2015
  • , Updated: 05 November 2015, 03:05 PM IST

ଭୁବନେଶ୍ୱର: କିଏ ହେବେ କଟକ-ଭୁବନେଶ୍ୱର ଟ୍ୱିନ ସିଟି ପୋଲିସ କମିଶନର ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଆସନ୍ତା ଜାନୁୟାରୀରେ ବର୍ତ୍ତମାନର ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ଡିଜି ପାହ୍ୟାକୁ ପଦୋନ୍ନତି ପାଇବେ। ତାଙ୍କ ସ୍ଥାନରେ ସରକାର କାହାକୁ ଏହି ଦାୟିତ୍ୱ ଦେଉଛନ୍ତି ତା’ ଉପରେ ଏବେ ସମସ୍ତଙ୍କ ନଜର।

ଏହି ପଦ ଦୌଡରେ ସବୁଠୁ ଆଗରେ ଅଛନ୍ତି ୧୯୮୮ ବ୍ୟାଜ ଆଇପିଏସ୍ ସତ୍ୟଜିତ୍ ମହାନ୍ତି ଓ ୧୯୯୦ ବ୍ୟାଜ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ। ରାଜଧାନୀରେ ସିସିଟିଭି ଲଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିବା ସତ୍ୟଜିତ୍ ମହାନ୍ତି ଏହି ପଦ ପାଇଁ ସବୁଠାରୁ ଅଧିକ ଦାବିଦାର ବୋଲି କୁହାଯାଉଛି। ସେହିପରି ଦକ୍ଷତା ଆଧାରରେ କେନ୍ଦ୍ର ଗୁଇନ୍ଦା ବିଭାଗରେ କାର୍ଯ୍ୟ କରୁଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଏହି ପଦ ମିଳିବା ସମ୍ଭାବନା ମଧ୍ୟ ରହିଛି। ପୂର୍ବରୁ କଟକ-ଭୁବନେଶ୍ୱରରେ କାର୍ଯ୍ୟ କରିଥିବା ଆଇପିଏସ ଅଧିକାରୀମାନେ ମଧ୍ୟ ପୋଲିସ କମିଶନର ପଦ ଦୌଡ଼ରେ ଅଛନ୍ତି। ପୂର୍ବରୁ ଭୁବନେଶ୍ୱର ଏଓପି ଥିବା ୧୯୯୦ ବ୍ୟାଜ ଆଇପିଏସ୍ ଅରୁଣ ଷଡ଼ଙ୍ଗୀ, ଟ୍ୱିନ ସିଟିର ସମସ୍ୟା ସହ ଭଲ ଭାବେ ଜଡିତ ଥିବାରୁ ସେ ଏହି ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ପାରିବେ ବୋଲି ମତ ପ୍ରକାଶ ପାଉଛି। କମିଶନରେଟ୍ ବ୍ୟବସ୍ଥା ଆରମ୍ଭ ବେଳେ ଅତିରିକ୍ତ ପୋଲିସ କମିଶନର ଥିବା ଯୋଗେଶ ବାହାଦୁର ଖୁରାନିଆଙ୍କୁ ମଧ୍ୟ ଅନ୍ୟତମ ଦାବିଦାର ଭାବେ ବିବେଚନା କରାଯାଉଛି।

ଆଇଜି କିମ୍ୱା ଆଡିସନାଲ୍ ଡିଜି ପାହ୍ୟାର ଅଧିକାରୀ ପୋଲିସ କମିଶନର ହୋଇପାରିବେ ବୋଲି କମିଶନରେଟ୍ ଆଇନରେ ଉଲ୍ଲେଖ ରହିଛି। ଏହି ନ୍ୟାୟରେ ବର୍ତ୍ତମାନ ଆଇଜି ପାହ୍ୟାରେ ଥିବା ୧୯୯୫ ବ୍ୟାଜ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ପୋଲିସ କମିଶନର ହେବାରେ ଅସୁବିଧା ନାହିଁ। ସେହିଭଳି ପୂର୍ବରୁ ଭୁବନେଶ୍ୱର ଏସପି ପଦରେ ଥିବା ୧୯୮୯ ବ୍ୟାଜ ମହିଳା ଆଇପିଏସ୍ ବି. ରାଧିକାଙ୍କୁ ମଧ୍ୟ ଏହି ପଦ ମିଳିବା ସମ୍ଭାବନା ରହିଛି। ବୋଲି ପୂର୍ବତନ ପୋଲିସ ଡିଜି ଏସଏନ ତିୱାରୀ କହିଛନ୍ତି।

Related story